Odisha Link
Bridging the Missing Links in Odisha

ମୋ କଥାକୁ କଦର୍ଥ କରାଯାଇଛି: ଦେବୀ ପ୍ରସାଦ ମିଶ୍ର

ଓଏଲ୍‌ ବ୍ୟୁରୋ: ଚର୍ଚ୍ଚାରେ ବିଜୁ ଜନତା ଦଳର ବରିଷ୍ଠ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର। ଶ୍ରୀଯୁକ୍ତ ପାଣ୍ଡିଆନ ଯିଏ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ କହି ଅଭିଭାଷଣ ରଖିଥିବା ଚର୍ଚ୍ଚା ହେଉଛି। ଯାହାକୁ ନେଇ ମୁହଁ ଖୋଲିଛନ୍ତି ଦେବୀ ମିଶ୍ର। ସେ କହିଛନ୍ତି, ବକ୍ତବ୍ୟକୁ କଦର୍ଥ କରାଯାଇଚି। ମୁଁ କହୁ କହୁ କହିନି, ମୁଁ ଛୁଆ ନୁହେଁ, ମୁଁ ସୁସ୍ଥ ମସ୍ତିଷ୍କରେ ଅଛି। ମୋ କଥାକୁ କଦର୍ଥ କରାଯାଇଛି, କିଏ କଣ ଭାବାର୍ଥକୁ କଦର୍ଥ କରିଛି। ଭାଷଣ ଦେବାକୁ ୩ ମିନିଟ ସମୟ ଦିଆଯାଇଥିଲା। ମୁଁ କହିଥିଲି ପାଣ୍ଡିଆନ କହିଲେ ଯେ ମୁଖ୍ୟମନ୍ତ୍ରୀ ଅନୁଦାନ ଦେଇଛନ୍ତି। ଯାହା ପ୍ରଚାର କରାଯାଉଛି ତାହା ଭୁଲ୍‌, ମନ୍ତବ୍ୟ କଦର୍ଥ କରାଯାଉଛି ବୋଲି ବରିଷ୍ଠ ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି।

ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜିଲ୍ଲାର ସମସ୍ତ ବ୍ଲକରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଉଛି। ଗତକାଲି କଟକ ଜିଲ୍ଲାର ବଡମ୍ବା ବ୍ଲକର କଚେରୀ ପଡ଼ିଆର ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ଯୋଗ ଦେଇଥିଲେ। ବରିଷ୍ଠ ବିଜେଡି ବିଧାୟକ ଦେବୀ ମିଶ୍ର ସମେତ ଅନେକ ବିଜେଡି ନେତା ଓ କର୍ମୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଭିଡିଓ କନଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ସହିତ ୫-ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହିଥିଲେ। ସେହି ସମୟରେ ଶ୍ରୀଯୁକ୍ତ ପାଣ୍ଡିଆନ ଯିଏ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ କହି ଦେବୀ ମିଶ୍ର ଅଭିଭାଷଣ ରଖିଥିବା ଚର୍ଚ୍ଚା ହେଉଛି।

Leave A Reply

Your email address will not be published.