Odisha Link
Bridging the Missing Links in Odisha

ରହସ୍ୟ ଘେରରେ ଏଏସ୍ଆଇ ଲୁଗୁନଙ୍କ ମୃତ୍ୟୁ ଘଟଣା, ସିବିଆଇ ତଦନ୍ତ ଦାବି କଲେ ଆଲିଶାଙ୍କ ସ୍ୱାମୀ

ଓଏଲ୍‌ ବ୍ୟୁରୋ: ରାଉରକେଲା ଉଦିତନଗର ଥାନାର ମହିଳା ଏଏସଆଇ ଏ.ଏନ.ଲୁଗୁନଙ୍କ ମୃତ୍ୟୁ ଘଟଣାରେ ଆଉ ଏକ ଖବର ସାମ୍ନାକୁ ଆସିଛି। ଆଲିଶାଙ୍କ ସ୍ୱାମୀ ସଂଜୟ ଲାକ୍ରା ମୃତ୍ୟୁର ସିବିଆଇ ତଦନ୍ତ ଦାବି କରିଛନ୍ତି। ଏସ୍‌ପିଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ, ସିବିଆଇ ତଦନ୍ତ ହେଉ ବୋଲି ଆଲିଶାଙ୍କ ସ୍ୱାମୀ ଲାକ୍ରା କହିଛନ୍ତି।

ଏକ୍ସାଇଟେଡ୍‌ ଡେଲିରିୟମରେ ମୃତ୍ୟୁ ହୋଇଥିବା ଏସ୍‌ପି କହିବା ଦୁର୍ଭାଗ୍ୟଜନକ। ପୋଷ୍ଟମର୍ଟମ ରିପୋର୍ଟ ଗ୍ରହଣ କରୁନୁ। ମୃତ୍ୟୁ ଘଟଣାକୁ ନେଇ ସିବିଆଇ ତଦନ୍ତ ହେଉ ବୋଲି ଲାକ୍ରା କହିଛନ୍ତି। ତେବେ ଏଯାଏଁ ମୃତ୍ୟୁ ଘଟଣାରୁ ପରଦା ହଟିପାରିନାହିଁ। ଅସୁସ୍ଥତା ଯୋଗୁଁ ମୃତ୍ୟୁ ଘଟଣାକୁ ଆଲିଶାଙ୍କ ସ୍ୱାମୀ ଗ୍ରହଣ କରିନଥିବାବେଳେ ଆଲିଶାଙ୍କର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ନଥିଲା ବୋଲି ସେ କହିଛନ୍ତି।

 ଏହା ସହ ସେ ଅଭିଯୋଗ କରିଛନ୍ତି, ଦୁର୍ଘଟଣାସ୍ଥଳରେ ଡ୍ୟୁଟି କରୁଥିବା ବେଳେ ପିଟିପିଟି ହତ୍ୟା କରାଯାଇଛି। ଆଲିଶାଙ୍କର ଗାଲରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଥିଲା। ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ସଠିକ କାରଣ ଜଣାପଡ଼ିନାହିଁ।

Leave A Reply

Your email address will not be published.