Odisha Link
Bridging the Missing Links in Odisha

ଦଳରୁ ନିଲମ୍ବନ ପରେ ବି କଂଗ୍ରେସରୁ ଲଢ଼ିବେ ମୋକିମ୍‌

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଅଙ୍କକଷା ଦଳ ଆରମ୍ଭ କରିଛନ୍ତି। ଏସବୁ ମଧ୍ୟର ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। କଟକ-ବାରବାଟୀ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କୁ ଦଳରୁ କଂଗ୍ରେସ ନିଲମ୍ବିତ କରିଥିବା ଖବର ସାମ୍ନାକୁ ଆସିଥିଲା। ଦଳରୁ ନିଲମ୍ବିତ ହେବା ପରେ ମହମ୍ମଦ ମୋକିମ ପୁଣି ଥରେ ଲଢ଼ିବେ କି ନାହିଁ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାବେଳେ ଏନେଇ ବିଧାୟକ ମହମ୍ମଦ ମୋକିମ ସ୍ପଷ୍ଟ କରିଛନ୍ତି।

ଦଳରୁ ନିଲମ୍ବିତ ବିଧାୟକ ମହମ୍ମଦ ମୋକିମ୍‌ ପ୍ରତିକ୍ରିୟା ରଖି କହିଛନ୍ତି, ମୁଁ କଂଗ୍ରେସର ତ୍ରୁଣମୂଳ ସ୍ତରର ନେତା। ଖୁବଶୀଘ୍ର ନିଲମ୍ବନ ଉଠିବ, ମୁଁ କଂଗ୍ରେସରୁ ଲଢ଼ିବି। ମୁଁ ମୋ ନିର୍ବାଚନ ମଣ୍ଡଳୀରେ ଅଛି, ଆଗକୁ ଚିତ୍ର ସ୍ପଷ୍ଟ ହେବ। ଯେତେ ଆକ୍ସନ ନେଲେ ବି ଦଳରେ ଅଛି ଓ ରହିବି। ଖୁବ୍ ଶୀଘ୍ର ମୋତେ ଦଳ ଗ୍ରହଣ କରିବ। ଦଳ ମୋତେ ଆପଣାଇ ମୋ ଦାୟିତ୍ଵ ଫେରାଇବ। ପୂଜା ମଣ୍ଡପରେ ସଭାପତିଙ୍କ ସହ ଦେଖାଦେଲା। ଆକସ୍ମିକ ଦେଖା ଥିଲା କିନ୍ତୁ ଭଲ ଦେଖାସାକ୍ଷାତ ହେଲା ବୋଲି ସେ କହିଛନ୍ତି।

Leave A Reply

Your email address will not be published.