Odisha Link
Bridging the Missing Links in Odisha

ଦିଲ୍ଲୀରେ ଭୟ ବଢ଼ାଉଛି ପ୍ରଦୂଷଣ; ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା

ଓଏଲ୍‌ ବ୍ୟୁରୋ: ଦିଲ୍ଲୀରେ ଚିନ୍ତା ବଢ଼ାଉଛି ପ୍ରଦୂଷଣ। ଭାରତର ରାଜଧାନୀରେ ପ୍ରଦୂଷଣର ଭୟ ବଢିଛି। ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ। ୪ ଶହ ଟପିଲା ହାରାହାରି ଏୟାର କ୍ବାଲିଟି ଇଣ୍ଡେକ୍ସ। ସ୍ଥିତିକୁ ଦେଖି ଆଜି ଓ କାଲି ଦିଲ୍ଲୀରେ ସମସ୍ତ ପ୍ରାଥମିକ ସ୍କୁଲ ଛୁଟି ଘୋଷଣା କରାଯାଇଛି।

ଅନଲାଇନ୍‌ରେ ପାଠ ପଢ଼ାଇବାକୁ ସ୍କୁଲଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଲଗାତାର ୬ ଦିନ ଧରି ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ନିମ୍ନମାନର ରହିବା ପରେ ରାଜଧାନୀ ବାସୀ ଏବଂ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ବାୟୁ ପ୍ରଦୂଷଣକୁ ନଜରରେ ରଖି ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି।

Leave A Reply

Your email address will not be published.