Odisha Link
Bridging the Missing Links in Odisha

ଆସନ୍ତା ୨୦ରେ ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି

ଓଏଲ୍‌ ବ୍ୟୁରୋ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିପାରନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନଭେମ୍ବର ୨୦ରେ ଓଡ଼ିଶା ଆସୁଥିବା ସୂଚନା ମିଳିଛି। କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ମନ୍ତବ୍ୟରୁ ଏହି ସଂକେତ ମିଳିଛି। କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ନିଜ ମନ୍ତବ୍ୟରେ କହିଛନ୍ତି। ତେବେ ଗସ୍ତ ନେଇ ରାଷ୍ଟ୍ରପତି ଭବନରୁ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିନାହିଁ।

ସୂଚନା ଅନୁସାରେ, ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ପୂର୍ବରୁ ବିଧାୟକ ନବଚରଣ ମାଝୀ ଓ ରାଜ୍ୟ ବିଜେପି ସମ୍ପାଦକ ନବୀନ କୁମାର ରାମ ସୂଚନା ଦେଇଥିଲେ। ଏହି ଗସ୍ତ ସମୟରେ ଜନ୍ମମାଟି ରାରଙ୍ଗପୁର ଯିବେ। ରାଷ୍ଚ୍ରପତି ହେବା ପରେ ଜନ୍ମମାଟିକୁ ଏହା ହେବ ଦ୍ୱିତୀୟ ଗସ୍ତ। ତେବେ ରାଷ୍ଟ୍ରପତି ଭବନରୁ ବିଦ୍ଧିବଦ୍ଧ ଭାବରେ ଏନେଇ କୌଣସି ସୂଚନା ମିଳିନାହିଁ।