Odisha Link
Bridging the Missing Links in Odisha

ରାଜଧାନୀରେ ଚାଞ୍ଚଲ୍ୟ; ମହିଳାଙ୍କୁ ଛୁରି ଭୁସି ହତ୍ୟା!

ଓଏଲ୍‌ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଚନ୍ଦକା ଗୋଠପାଟଣାରେ ମହିଳାଙ୍କୁ ବିଭତ୍ସ ହତ୍ୟା କରାଯାଇଛି। ଗୋଠପାଟଣାର ଏକ ଜଳଖିଆ ଦୋକାନରେ ହତ୍ୟାକାଣ୍ଡ ହୋଇଥିବାବେଳେ ରାତିରେ କେହି ଦୁର୍ବୃତ୍ତ ଛୁରି ଭୁସି ହତ୍ୟା କରିଥିବା ସୂଚନା ରହିଛି। ମୃତ ମହିଳାଙ୍କ ନାଁ ସସ୍ମିତା ବେହେରା ବୋଲି ଜଣା ପଡିଛି। କିଏ କାହିଁକି ହତ୍ୟା କଲା ତାହାର କାରଣ ଅସ୍ପଷ୍ଟ ରହିଥିଵାବେଳେ ପୁଲିସ ଘଟଣାର ତଦନ୍ତ କରୁଛି।