Odisha Link
Bridging the Missing Links in Odisha

ଭୁବନେଶ୍ୱରରେ ରେଂଜରୋଭର ଦୁର୍ଘଟଣା: ତନାଘନା କରିବେ କମିଶନର

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱରରେ ରେଂଜରୋଭର ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଦୁର୍ଘଟଣାରେ ଆହତ ହୋଇଥିବା ଯୁବତୀ ଜଣକ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। ଏହି ଘଟଣାର ଅଭିଯୋଗ ପରେ ତଦନ୍ତ ଜୋର ହେବ।

ଘଟଣାର ଅଭିଯୋଗ କ୍ରମେ ତନ୍ନ ତନ୍ନ ଯାଞ୍ଚ ହେବ ବୋଲି କମିଶନର କହିଛନ୍ତି। ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ କହିଛନ୍ତି, ଏନେଇ ଯାହା ବି ଅଭିଯୋଗ ଆସୁଛି, ସବୁ ଉଚିତ ଭାବେ ତଦନ୍ତ ହେବ। ସମସ୍ତ ପ୍ରକାର ଅଭିଯୋଗର ତନ୍ନ ତନ୍ନ ଯାଞ୍ଚ କରାଯିବ।

ସୂଚନା ଅନୁସାରେ, ଗତ ୩୧ ତାରିଖରେ ପାୱାର ହାଉସ ଛକରେ ଦୁର୍ଘଟଣା ହୋଇଥିଲା। ୨ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା ଦାମୀ ରେଂଜରୋଭର କାର୍‌। ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏହି ଘଟଣାରେ ଅଭିଯୁକ୍ତ ସୌଭାଗ୍ୟ କୁମାର ବାଗ ନିଜେ ଦୋଷ ସ୍ୱୀକାର କରିଥିବା ପୁଲିସ ସୂଚନା ଦେଇଥିଲା।

Leave A Reply

Your email address will not be published.