Odisha Link
Bridging the Missing Links in Odisha

ଦିଲ୍ଲୀରେ ଚିନ୍ତା ବଢ଼ାଉଛି ବାୟୁ ପ୍ରଦୂଷଣ; ଏବେ ବି ସ୍ଥିତି ସାଂଘାତିକ

ଓଏଲ୍‌ ବ୍ୟୁରୋ: ଦିଲ୍ଲୀରେ ଚିନ୍ତା ବଢ଼ାଉଛି ବାୟୁ ପ୍ରଦୂଷଣ। ଭାରତର ରାଜଧାନୀରେ ପ୍ରଦୂଷଣର ଭୟ ବଢିଛି। ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ। ୪ ଶହ ଟପିଲା ହାରାହାରି ଏୟାର କ୍ବାଲିଟି ଇଣ୍ଡେକ୍ସ। ଦିଲ୍ଲୀ-ଏନ୍‌ସିଆର୍‌ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ପଞ୍ଜାବ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ୩ ଜଣିଆ ଖଣ୍ଡପୀଠ ତୁରନ୍ତ ପାଳ ଜାଳିବା ବନ୍ଦ କରିବାକୁ ପଞ୍ଜାବ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜନୀତି ନ କରି ପାଳ ଜାଳିବା ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଅଛି। ଆମେ ଜାଣିନୁ କେମିତି ରୋକିବେ, କିନ୍ତୁ ତୁରନ୍ତ ବନ୍ଦ କରନ୍ତୁ। ପ୍ରଦୂଷଣ ରୋକିବାକୁ ପଦକ୍ଷେପ ବାବଦରେ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି। ତୁରନ୍ତ ବୈଠକ ଡାକି ତତ୍କାଳ ସମାଧାନ ରାସ୍ତା ବାହାର କରନ୍ତୁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ, ସ୍ଥିତିକୁ ଦେଖି ଦିଲ୍ଲୀରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଅନଲାଇନ୍‌ରେ ପାଠ ପଢ଼ାଇବାକୁ ସ୍କୁଲଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଲଗାତାର କିଛି ଦିନ ଧରି ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ନିମ୍ନମାନର ରହିବା ପରେ ରାଜଧାନୀ ବାସୀ ଏବଂ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

Leave A Reply

Your email address will not be published.