Odisha Link
Bridging the Missing Links in Odisha

ଆକ୍ସନ ମୋଡରେ ପୁଲିସ; କେନ୍ଦ୍ରାପଡ଼ାରେ ବେଆଇନ ବାଣ ବ୍ୟବସାୟ ଉପରେ ରେଡ୍‌

ଓଏଲ୍‌ ବ୍ୟୁରୋ: ଆସନ୍ତା ନଭେମ୍ବର ୧୨ରେ ଆଲୋକର ପର୍ବ ଦୀପାବଳୀ ପାଳନ କରାଯିବ। ଏହି ଦିନ ଧନଧାତ୍ରୀ ମା ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନ କରାଯାଏ। ମା ଲକ୍ଷ୍ମୀଙ୍କ ପାଖେ ପୂଜା କରି ଧନ ବୃଦ୍ଧି, ସମୃଦ୍ଧି ଓ ଶାନ୍ତି ପାଇଁ ପୂଜାର୍ଚ୍ଚନା କରାଯାଏ। ଆଲୋକର ପର୍ବ ଦୀପାବଳୀରେ ଜଳିବ ଦୀପ। ଫୁଟିବନି ବାଣ। ଏଭଳି କିଛି କଟକଣା ଜାରି ହୋଇଛି। ପରିବେଶକୁ ପ୍ରଦୂଷଣମୁକ୍ତ କରିବା ପାଇଁ ସବୁଜ ବାଣ ଫୁଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ, ଦୀପାବଳୀକୁ ନଜରରେ ରଖି ବାଣ ବ୍ୟବସାୟ ଆରମ୍ଭ ହୋଇଛି। ଏହାରି ମଧ୍ୟରେ ବାଣ ଫୁଟାଇବାକୁ ନେଇ କଟକଣା ପରେ ଆକ୍ସନ ମୋଡରେ ପୁଲିସ। କେନ୍ଦ୍ରାପଡ଼ା ଜିଲ୍ଲାର ବେଆଇନ ବାଣ ବ୍ୟବସାୟ ଉପରେ ରେଡ୍‌ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ଟାଉନ ଥାନା ନସଡିପୁରରେ ରେଡ୍‌ କରି ଜବତ କରାଯାଇଛି। ଗୋଟିଏ ଘରୁ ଲକ୍ଷାଧିକ ଟଙ୍କାର ପେଟି ପେଟି ବାଣ ଜବତ ହୋଇଛି।

Leave A Reply

Your email address will not be published.