Odisha Link
Bridging the Missing Links in Odisha

ଭିଜିଲାନ୍ସ ପଞ୍ଝାରେ ବଲାଙ୍ଗିର ଆୟୁର୍ବେଦିକ କଲେଜର ଅଧ୍ୟକ୍ଷ; ଠାବ ହେଲାଣି ବିପୁଳ ସମ୍ପତ୍ତି

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ଅଧିକାରୀ। ଭିଜିଲାନ୍ସ ପଞ୍ଝାରେ ପଡିଥିବା ସରକାରୀ ଅଧିକାରୀ ଜଣକ ହେଉଛନ୍ତି ବଲାଙ୍ଗିର ଆୟୁର୍ବେଦିକ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଆୟୁର୍ବେଦିକ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ଘରେ ରେଡ୍ କରାଯାଉଛି। ସମ୍ବଲପୁର, ବଲାଙ୍ଗିର ଓ ପୁରୀର ୪ଟି ସମେତ ମୋଟ ୬ଟି ଠିକଣାରେ ଚଢ଼ାଉ କରାଯାଉଥିବାବେଳେ ଚଢ଼ାଉରେ ୮ ଡିଏସପି ଓ ୬ ଇନ୍‌ସ୍ପେକ୍ଟର ସାମିଲ ରହିଛନ୍ତି।

ଏହି ଚଢ଼ାଉରେ ବଲାଙ୍ଗିର ଆୟୁର୍ବେଦିକ ହସ୍ପିଟାଲ ପ୍ରିନ୍ସିପାଲ ପ୍ରଫେସର ସୁଦର୍ଶନ ବେହେରାଙ୍କ ବିପୁଳ ସମ୍ପତ୍ତି ଠାବ ହୋଇଛି। ପ୍ରିନ୍ସିପାଲଙ୍କର ପୁରୀ ଜିଲ୍ଲାରେ ୧୬ଟି ପ୍ଲଟ ସହ ୩ଟି ବହୁତଳ କୋଠା ଠାବ କଲା ଭିଜିଲାନ୍ସ। ୫୦ ଲକ୍ଷର ଜମା, ୩ଟି ଦାମୀ ୪ ଚକିଆ ଯାନ, ଗୋଟିଏ ବାଇକ୍‌ ମିଳିଲା। ୩୨ ଲକ୍ଷ ଟଙ୍କା ମୂଲ୍ୟର ଯାନ ମିଳିଥିବା ଭିଜିଲାନ୍ସ ସୂଚନା ଦେଇଛି। ବୀମା ସମ୍ପର୍କିତ ତଥ୍ୟର ତଲାସି ଜାରି ରହିଥିବାବେଳେ ଅଧିକ ସମ୍ପତ୍ତି ମିଳିବା ସମ୍ଭାବନା ରହିଛି।

Leave A Reply

Your email address will not be published.