Odisha Link
Bridging the Missing Links in Odisha

କୋଲକାତାରୁ ଓଡ଼ିଶା ଆସୁଥିବା ବସ୍ ମଝି ରାସ୍ତରେ ଜଳିଗଲା; ଜଣେ ମୃତ, ୩୦ ଆହତ

ଓଏଲ୍‌ ବ୍ୟୁରୋ: ଶୁକ୍ରବାର ରାତିରେ କୋଲକାତାରୁ ଓଡ଼ିଶା ଅଭିମୁଖେ ଏକ ଯାତ୍ରୀବାହୀ ବସ୍‌ ଆସୁଥିବା ବେଳେ ଲାଗିଲା ନିଆଁ। ହୁତହୁତ ଜଳିଲା ବସ୍। ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏକାଧିକ ଆହତ ହୋଇଛନ୍ତି। ଦୁର୍ଘଟଣା ଘଟିଛି ଖଡଗପୁର ଗ୍ରାମୀର ଥାନା ମାଦପୁରରେ। ଏହି ଦୁର୍ଘଟଣା ଶୁକ୍ରବାର ରାତି ପ୍ରାୟ ୯ଟାରୁ ୧୦ଟା ମଧ୍ୟରେ ଘଟିଛି। ବସଟି ବାବୁଘାଟରୁ ପାରାଦୀପ ଆସୁଥିବା ଜଣାଯାଇଛି।

ସବୁଠୁ ବଡ଼ କଥା ହେଲା ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଏବେ ଚିକିତ୍ସା ଚାଲିଛି। ଯାତ୍ରୀଙ୍କ ମଧ୍ୟରୁ ଓଡ଼ିଶାର ୨୫ ଜଣ ଥିଲେ। ସେ ମଧ୍ୟରେ କେନ୍ଦ୍ରାପଡ଼ାରୁ ୧୬, ପାରାଦୀପରୁ ୨ ଓ ଯାଜପୁରର ୭ ଯାତ୍ରୀ ଥିଲେ। ଅନ୍ୟପଟେ ୩ଜଣ ଗାଡ଼ି କର୍ମଚାରୀଙ୍କ ପତ୍ତା ପାଉନି ପୋଲିସ। ବସ୍‌ରେ ସିଟ୍‌ ତୁଳନାରେ ଅଧିକ ଯାତ୍ରୀ ଥିବା ସୂଚନା ରହିଛି।

୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଝରକା କାଚ ଭାଙ୍ଗି ଜୀବନ ବଞ୍ଚାଇଥିଲେ। ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀ ସେମାନଙ୍କୁ ଉଦ୍ଧାର କରି ମେଦିନାପୁର କଲେଜ ଆଣ୍ଡ ହସ୍ପିଟାଲ ଏବଂ ଖଡଗ ପୁର ଗ୍ରାମୀଣ ଡାକ୍ତରଖାନାରେ ଭର୍ତ୍ତି କରିଛି । ପ୍ରାୟ ୨ ଘଣ୍ଟା ପ୍ରଚେଷ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଘଟଣା ସମ୍ପର୍କରେ ଓଡ଼ିଶା ସରକାର ଅବଗତ ଅଛନ୍ତି ଏବଂ ପଶ୍ଚିମବଙ୍ଗ ସରକାର ସହ ଯୋଗାଯୋଗରେ ଅଛନ୍ତି। ଲୋକଙ୍କୁ ସୁରକ୍ଷିତ ଅବସ୍ଥାରେଡ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯାଉଥିବା କୁହାଯାଇଛି।

ମିଳିଥିବା ସୂଚନା ମୁତାବକ, କୋଲକାତାଠାରୁ ୧୫୦ କିମି ଦୂର ଜାତୀୟ ରାଜପଥର ଖଡଗପୁର ଡେବ୍ରା ନିକଟରେ ଏହି ଏସି ବସଟି ଜଳି ଯାଇଥିଲା। ବସଟି ଶିବମ ଟ୍ରାଭେଲ୍ସର ସଦାନନ୍ଦ ବସ୍ ବୋଲି ଜଣାପଡିଛି। ଅଗ୍ନିକାଣ୍ଡର କାରଣ ଜଣା ନ ପଡିଥିଲେ ହେଁ ସର୍ଟ ସର୍କିଟ ଯୋଗୁ ହୋଇଥିବା କୁହାଯାଉଛି। ତେବେ ବସରେ ବିସ୍ଫୋରକ ସାମଗ୍ରୀ ଥିବା ଅନୁମାନ କରାଯାଉଛି।

Leave A Reply

Your email address will not be published.