Odisha Link
Bridging the Missing Links in Odisha

ଆୟ ବହିର୍ଭୂତ ସଂପତ୍ତି ପଡ଼ିଲା ମହଙ୍ଗା, ଗିରଫ ହେଲେ ବଲାଙ୍ଗିର ଆୟୁର୍ବେଦିକ କଲେଜର ଅଧ୍ୟକ୍ଷ

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ଅଧିକାରୀ। ଭିଜିଲାନ୍ସ ପଞ୍ଝାରେ ପଡିଥିବା ସରକାରୀ ଅଧିକାରୀ ଜଣକ ହେଉଛନ୍ତି ବଲାଙ୍ଗିର ଆୟୁର୍ବେଦିକ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଆୟୁର୍ବେଦିକ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ଘରେ ରେଡ୍ କରାଯାଇଥିବାବେଳେ ତାଙ୍କୁ ଗିରଫ କରାଯାଇଛି। ଆୟ ତୁଳନାରେ ୧୧୩% ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି।

ସୂଚନା ଅନୁସାରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଆୟୁର୍ବେଦିକ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ଘରେ ରେଡ୍ ହୋଇଥିଲା। ସମ୍ବଲପୁର, ବଲାଙ୍ଗିର ଓ ପୁରୀର ୪ଟି ସମେତ ମୋଟ ୬ଟି ଠିକଣାରେ ଚଢ଼ାଉ କରାଯାଉଥିବାବେଳେ ଚଢ଼ାଉରେ ୮ ଡିଏସପି ଓ ୬ ଇନ୍‌ସ୍ପେକ୍ଟର ସାମିଲ ରହିଥିଲେ। ଏହି ଚଢ଼ାଉରେ ବିପୁଳ ସମ୍ପତ୍ତି ଠାବ ହୋଇଛି। ପ୍ରିନ୍ସିପାଲଙ୍କର ପୁରୀ ଜିଲ୍ଲାରେ ୧୬ଟି ପ୍ଲଟ ସହ ୩ଟି ବହୁତଳ କୋଠା ଠାବ କଲା ଭିଜିଲାନ୍ସ। ୫୦ ଲକ୍ଷର ଜମା, ୩ଟି ଦାମୀ ୪ ଚକିଆ ଯାନ, ଗୋଟିଏ ବାଇକ୍‌ ମିଳିଲା। ୩୨ ଲକ୍ଷ ଟଙ୍କା ମୂଲ୍ୟର ଯାନ ମିଳିଥିବା ଭିଜିଲାନ୍ସ ସୂଚନା ଦେଇଛି।

Leave A Reply

Your email address will not be published.