Odisha Link
Bridging the Missing Links in Odisha

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ମନୀଷ ସିସୋଦିଆଙ୍କୁ ସାମାନ୍ୟ ଆଶ୍ୱସ୍ତି

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଡାହାଣହାତ କୁହାଯାଉଥିବା ମନିଷ ସିସୋଦିଆଙ୍କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜେଲରେ ଥିବା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆଙ୍କୁ ଦିଲ୍ଲୀ କୋର୍ଟ ତାଙ୍କ ପତ୍ନୀଙ୍କୁ ଭେଟିବାକୁ ଅନୁମତି ଦେଇଛନ୍ତି। କୋର୍ଟଙ୍କୁ ଅନୁମତି ମୁତାବକ ସିଶୋଦିଆ ଶନିବାର ସକାଳ ୧୦ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ନିଜ ପତ୍ନୀଙ୍କୁ ଭେଟିପାରିବେ। ହେଲେ ଏହି ଭେଟ ସମୟରେ ମନୀଷ ସିଶୋଦିଆ କୌଣସି ଗଣମାଧ୍ୟମ ସହ କଥା ହୋଇପାରିବେ ନାହିଁ ବୋଲି କୋର୍ଟ ଆଦେଶ ଦେଇଛନ୍ତି।

ଖବର ଅନୁସାରେ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଏବେ ଇଡି ଓ ସିବିଆଇର ହେପାଜତରେ ରହିଛନ୍ତି ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ତାଙ୍କୁ ଫେବୃଆରୀ ୨୬ ତାରିଖରେ ଗିରଫ କରିଥିଲା ସିବିଆଇ। ଏହାପରେ ଜେଲରେ ତାଙ୍କୁ ଇଡି ଜେରା କରିବା ସହ ପୁଣି ଗିରଫ କରିଥିଲା। ସିସୋଦିଆ କୋର୍ଟରେ ଜାମିନ ଆବେଦନ କରିଥିଲେ।ସିବିଆଇ ତରଫରୁ ଦାଖଲ କରାଯାଇଥିବା ମାମଲାର ଶୁଣାଣି କରି କୋର୍ଟ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି।

Leave A Reply

Your email address will not be published.