Odisha Link
Bridging the Missing Links in Odisha

ଏବେ ମରାମତି ହେବନି ଶ୍ରୀମନ୍ଦିର ନାଟମଣ୍ଡପ! କାର୍ଯ୍ୟ ସ୍ଥଗିତ କଲା ଏଏସ୍ଆଇ

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପ୍ରସଙ୍ଗରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଠାରୁ ନାଟମଣ୍ଡପ ମରାମତି ଲାଗି ନିର୍ଦ୍ଦେଶ ଦିଆଯାଇଥିବାବେଳେ ନାଟମଣ୍ଡପ ମରାମତି ପାଇଁ ଏସ୍‌ଓପି ପ୍ରସ୍ତୁତ ହେବ। କେତେବେଳେ ମରାମତି କାର୍ଯ୍ୟ ହେବ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ। କେତେବେଳେ କାମ ହେବ, ସ୍ଥିର କରାଯିବ, ସ୍ୱତନ୍ତ୍ର ବାରିକେଡ୍ ହେବ। ଭାରା ଓ ମଞ୍ଚା ବନ୍ଧାଯିବା ପରେ ମରାମତି କାମ ଆରମ୍ଭ ହେବ। ହାଇକୋର୍ଟ ନିର୍ଦ୍ଦେଶ ସତ୍ତ୍ୱେ ନାଟମଣ୍ଡପ କାର୍ଯ୍ୟ ସ୍ଥଗିତ କଲା ଏଏସ୍ଆଇ। ମରାମତି ପ୍ରକ୍ରିୟା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଜାରି ହୋଇଛି।

ସୂଚନା ଅନୁସାରେ, ନାଟମଣ୍ଡପ ମରାମତି ଲାଗି ଆଜି ଆରମ୍ଭ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନାଟମଣ୍ଡପ ମରାମତି ଲାଗି ଏଏସଆଇକୁ ନିର୍ଦ୍ଦେଶ ଦିଆଯାଇଛି। ମରାମତି ଲାଗି ସମସ୍ତ ସହଯୋଗ ମନ୍ଦିର ପ୍ରଶାସନ ଯୋଗାଇବ। ଆମିକସ୍‌ କ୍ୟୁରି ମରାମତି କାମର ଅନୁଧ୍ୟାନ କରିବେ। ଅନୁଧ୍ୟାନ କରି ପ୍ରତି ୧୫ ଦିନରେ ଆମିକସ୍‌ କ୍ୟୁରି ରିପୋର୍ଟ ଦେବେ। ଡିସେମ୍ବର ୪ ତାରିଖରେ ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି କରାଯିବ।

Leave A Reply

Your email address will not be published.