Odisha Link
Bridging the Missing Links in Odisha

ଫାଇନାଲ ପାଇଁ ଫାଇଟ୍: ଟସ୍ ଜିତିଲା ଦକ୍ଷିଣ ଆଫ୍ରିକା, ପ୍ରଥମେ ବୋଲିଂ କରିବ ଅଷ୍ଟ୍ରେଲିଆ

ଓଏଲ୍‌ ବ୍ୟୁରୋ: ଚଳିତ ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପର ଦ୍ବିତୀୟ ସେମିଫାଇନାଲ ଆରମ୍ଭ ହେବାକୁ ଯାଉଛି। ଟସ୍ ଜିତି ଦକ୍ଷିଣ ଆଫ୍ରିକା ବ୍ୟାଟିଂ ନିଷ୍ପତି ନେଇଥିବାବେଳେ ପ୍ରଥମେ ବୋଲିଂ କରିବ ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ ନବମ ଓ ଦକ୍ଷିଣ ଆଫ୍ରିକା ପଞ୍ଚମ ଥର ଲାଗି ସେମିଫାଇନାଲ ଖେଳିବାକୁ ଯାଉଛନ୍ତି। ଅନ୍ୟପକ୍ଷରେ ଦୁଇ ଦଳ ସେମିଫାଇନାଲରେ ତୃତୀୟ ଥର ଲାଗି ମୁହାଁମୁହିଁ ହେବେ। ଦକ୍ଷିଣ ଆଫ୍ରିକା ପ୍ରଥମ ଥର ଲାଗି ଫାଇନାଲ ଖେଳିବାକୁ ଆଶା ବାନ୍ଧିଥିବାବେଳେ ଅଷ୍ଟ୍ରେଲିଆ ସପ୍ତମ ଥର ଲାଗି ଫାଇନାଲରେ ପ୍ରବେଶ ଲକ୍ଷ୍ୟ ରଖିଛି।