Odisha Link
Bridging the Missing Links in Odisha

ପୁଣି ସୃଷ୍ଟି ହେବ ଆଉ ଏକ ଲଘୁଚାପ! ୨୭ରେ ଅବପାତ ସମ୍ଭାବନା

ଓଏଲ୍‌ ବ୍ୟୁରୋ: ପୁଣି ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଛି। ଆସନ୍ତା ୨୬ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ଆଣ୍ଡାମାନ ସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଥିବାବେଳେ ଲଘୁଚାପ ସୃଷ୍ଟି ପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ୨୭ ତାରିଖ ବେଳକୁ ଲଘୁଚାପ ଅବପାତରେ ପରିଣତ ସମ୍ଭାବନା ରହିଛି।

ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଅଞ୍ଚଳରେ ଅବପାତର ଆଶଙ୍କା କରାଯାଉଛି। ଲଘୁଚାପ ଓ ଅବପାତ ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି। ତେବେ ଅବପାତ ପରବର୍ତ୍ତୀ ଅବସ୍ଥାରେ କି ରୂପ ନେବି ଏନେଇ କୌଣସି ସ୍ପଷ୍ଟ ସୂଚଚନା ମିଳିପାରିନାହିଁ।

Leave A Reply

Your email address will not be published.