Odisha Link
Bridging the Missing Links in Odisha

ଜାନୁଆରୀ ୧୫ରୁ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା; ମହୋତ୍ସବରେ କମ୍ପିବ ମୁକ୍ତାକାଶ ରଙ୍ଗମଞ୍ଚ

ଓଏଲ୍‌ ବ୍ୟୁରୋ: ଜାନୁଆରୀ ୧୫ରୁ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା। ବରଗଡ଼ରେ ୭୬ତମ ଧନୁଯାତ୍ରାକୁ ନେଇ ବରଗଡ଼ବାସୀ ବେଶ ଆନନ୍ଦ। ଧନୁଯାତ୍ରା ପାଇଁ ବରଗଡ଼ରେ ପୂର୍ବ ପ୍ରସ୍ତୁତି ବୈଠକ କରାଯାଇଛି। ବିଶ୍ଵର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପ୍ରସିଦ୍ଧି ପାଇଛି ବରଗଡ଼ର ଧନୁଯାତ୍ରା ମହୋତ୍ସବ। ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ପକ୍ଷରୁ ଶୋଭାଯାତ୍ରା ଆୟୋଜିତ କରାଯାଏ।

ସୂଚନା ଅନୁସାରେ, ପୂର୍ବ ବର୍ଷ ବରଗଡ଼ ଧନୁଯାତ୍ରାର ହୀରକ ଜୟନ୍ତୀ ଉପଲକ୍ଷେ ଧୁମଧାମରେ ପାଳନ ହେଉଥିଲା ଧନୁଯାତ୍ରା। ୧୧ଦିନ ଧନୁଯାତ୍ରା ହେବାକୁ ଥିବାବେଳେ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚର ଧନୁଯାତ୍ରା ହୋଇଥିଲା। କରୋନା ମହାମାରୀ କାରଣରୁ ୨ବର୍ଷ ବନ୍ଦ ଥିଲା ଧନୁଯାତ୍ରା। ତେବେ ପୂର୍ବ ବର୍ଷ ଧନୁଯାତ୍ରା ଆରମ୍ଭ ହୋଇଯାଇଥିଲା।

Leave A Reply

Your email address will not be published.