Odisha Link
Bridging the Missing Links in Odisha

ଜଗା ଦର୍ଶନ ହେଲା ଶେଷ ଦର୍ଶନ; କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ଚାଲିଗଲା ହବିଷ୍ୟାଳିଙ୍କ ଜୀବନ

ଓଏଲ୍‌ ବ୍ୟୁରୋ: ଶେଷ ପର୍ଯ୍ୟାୟରେ ପହଞ୍ଚିଲା କାର୍ତ୍ତିକ ମାସ। ପୁଣ୍ୟ ମାସ କାର୍ତ୍ତିକରେ ଚାଲିଛି ୫ଦିନିଆ ପଂଚୁକ। ଏଥିପାଇଁ ବିଭିନ୍ନ ଦେବାଳୟରେ ଭିଡ଼ ଲାଗି ରହିଛି। ପଞ୍ଚୁକ ପାଞ୍ଚ ଦିନରେ ଦାରୁ ଦେବତାଙ୍କର ୫ଟି ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି। ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି। ପୁରୀ ମେଡିକାଲରେ ଜଣେ ଅସୁସ୍ଥ ହବିଷ୍ୟାଳିଙ୍କ ମୃତ୍ୟୁ ହୋଇଛି। ଭୋର୍‌ରେ ମହାପ୍ରଭୁଙ୍କୁ ଦର୍ଶନ ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ। ଅସୁସ୍ଥ ହେବାରୁ ମେଡିକାଲ ନିଆଯାଇଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟ ହୋଇଛି। ମୃତ ହବିଷ୍ୟାଳି ଜଣକ ନୟାଗଡ଼ ଖଲିସାହିର ୭୩ ବର୍ଷୀୟା ବୃଦ୍ଧା। ପୁରୀ ମୋଚିସାହି ସ୍ଥିତ ହବିଷ୍ୟାଳି ଶିବିରରେ ରହୁଥିଲେ।

Leave A Reply

Your email address will not be published.