Odisha Link
Bridging the Missing Links in Odisha

ସାବାଡ଼ ହେବେ ଡିପ୍‌ଫେକ୍ ପ୍ରସ୍ତୁତକାରୀ; ଦଣ୍ଡ ଦେବା ପାଇଁ ନିଯୁକ୍ତ ହେବେ ଅଧିକାରୀ 

ଓଏଲ୍‌ ବ୍ୟୁରୋ: ବଢୁଛି ଡିପଫେକ ଭିଡିଓ କାରନାମା। ଆଜିକାଲି ଅଭିନେତ୍ରୀମାନଙ୍କ ନକଲି ବା ଡିପ୍‌ଫେକ୍ ଭାଇରାଲ ଭିଡିଓ ଖବର ଖୁବ୍ ଚର୍ଚ୍ଚାରେ ରହିଛି। ରଶ୍ମିକାଙ୍କ ଡିପ୍‌ଫେକ୍ ଭିଡିଓକୁ ନେଇ ଅନେକ ବିବାଦ ଦେଖାଦେଇଥିବା ବେଳେ ପରେ କ୍ୟାଟ୍ରିନା ଓ ସାରା ତେନ୍ଦୁଲକରଙ୍କ ନକଲି ଭିଡିଓ ପୁଣି ଚର୍ଚ୍ଚାର ବିଷୟ ପାଲଟିଥିଲ।। ଡିପ୍ ଫେକ୍ ଭିଡିଓକୁ ନେଇ ପ୍ରଧାନମନ୍ତ୍ରୀ ଚେତାବନୀ ପରେ ସକ୍ରିୟ ହୋଇଛି କେନ୍ଦ୍ର ଆଇଟି ମନ୍ତ୍ରାଳୟ। ଡିପ୍‌ଫେକ୍ ପ୍ରସ୍ତୁତକାରୀଙ୍କ ପାଇଁ କଡ଼ା ନିୟମ ଅଣାଯିବ। ଡିପ୍‌ଫେକ୍ ପ୍ରସ୍ତୁତକାରୀଙ୍କୁ ଦଣ୍ଡ ଦେବା ପାଇଁ ଅଧିକାରୀ ନିଯୁକ୍ତ କରାଯିବ।

ଅନ୍ୟପଟେ, ଡିପ୍‌ ଫେକ୍‌ ପାଇଁ ସ୍ୱତନ୍ତ୍ର ରେଗୁଲେସନ ହେବ ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଡିପ୍‌ ଫେକ୍‌ ନେଇ ପ୍ରଧାନମନ୍ତ୍ରୀ ଚିନ୍ତାପ୍ରକଟ ପରେ ଜରୁରୀ ବୈଠକ ଡାକିଛନ୍ତି। ବିଭିନ୍ନ ସୋସିଆଲ ମିଡିଆ ସହ ମିଟିଂ ପରେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଡିପ୍‌ ଫେକ୍‌ ଏବେ ସମାଜ ପାଇଁ ନୂଆ ବିପଦ ଭାବେ ଉଭା ହୋଇଛି। ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇପଡ଼ିଛି। ସବୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏହା ଉପରେ ଅଙ୍କୁଶ ଚାହିଁଛନ୍ତି। ୪ଟି ଦିଗ ଉପରେ ଗୁରୁତ୍ୱ ଦେବାକୁ ବୈଠକରେ ମତପ୍ରକାଶ ପାଇଛି। ଡିଟେକ୍ସନ, ପ୍ରିଭେନ୍‌ସନ୍‌, ରିପୋର୍ଟିଂ ଓ ସଚେତନା ଉପରେ ଗୁରୁତ୍ୱ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।

ନିକଟରେ ବଲିଉଡ୍ ଅଭିନେତ୍ରୀଙ୍କୁ ଟାର୍ଗେଟ୍ କରି ଡିପ୍ ଫେକ୍ ଭିଡିଓ ଭାଇରାଲ୍ ହେବା ଘଟଣାକୁ ଦୃଷ୍ଟିରେ ରଖି ସରକାର ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଡିପ୍ ଫେକ୍‌ ଭିଡିଓକୁ ନେଇ ଆଇଟି ମନ୍ତ୍ରାଳୟ ବୈଠକ ଡାକିଛି। ଆସନ୍ତା ୨୪ ତାରିଖରେ ବୈଠକ ଡାକିଲା ଆଇଟି ମନ୍ତ୍ରାଳୟ। ସବୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ସହ ବୈଠକ ବସିବ। ଡିପ୍ ଫେକ୍‌କୁ ନେଇ ନିକଟରେ ପ୍ରଧାନମନ୍ତ୍ରୀ ଚିନ୍ତାପ୍ରକଟ କରିଥିଲେ।

Leave A Reply

Your email address will not be published.