Odisha Link
Bridging the Missing Links in Odisha

ପୁନର୍ବିଚାର ହେବ ଆଦିବାସୀ ଜମି ବିକ୍ରି ନିୟମ ନିଷ୍ପତି; ତର୍ଜମା କରିବ ଆଦିବାସୀ ଉପଦେଷ୍ଟା କମିଟି

ଓଏଲ୍‌ ବ୍ୟୁରୋ: ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଗରୁତ୍ୱପୂର୍ଣ ପ୍ରସ୍ତାବରେ ମୋହର ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ୩ଟି ପ୍ରସ୍ତାବରେ ମୋହର ବାଜିଛି। ରାଜସ୍ବ, କୃଷି ଓ ଆଇଟିରେ ମୋଟ ୩ଟି ପ୍ରସ୍ତାବରେ ମୋହର ଲାଗିଛି। ତେବେ ବହୁ ଚର୍ଚ୍ଚିତ ଆଦିବାସୀ ଜମି ବିକ୍ରି ନିୟମ ସରକାର ପ୍ରତ୍ୟାହାର କରିଥିବା କୁହାଯାଉଥିବାବେଳେ ଏହା ପୁନର୍ବିଚାର ପାଇଁ ସୁପାରିଶ କରାଯାଇଛି। ପୁନର୍ବିଚାର ପାଇଁ ଆଦିବାସୀ ଉପଦେଷ୍ଟା ପରିଷଦ ନିକଟକୁ ପଠାଗଲା। ତର୍ଜମା କରିବାକୁ ଆଦିବାସୀ ଉପଦେଷ୍ଟା ପରିଷଦକୁ ସୁପାରିସ କରାଯାଇଥିବା ଏନେଇ ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ସୂଚନା ଦେଇଛନ୍ତି।

ନିୟମ ମୁତାବକ, ଆଦିବାସୀ ଜମି ବିକ୍ରି ନିୟମ ବଦଳିବା ପାଇଁ ଗତ ୧୪ ତାରିଖରେ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଥିଲା। ଆଇନର ସଂଶୋଧନ ହେବା ପରେ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି କୃଷି, ଆବାସିକ ଗୃହ ନିର୍ମାଣ, ପିଲାଙ୍କ ଉଚ୍ଚଶିକ୍ଷା, ବ୍ୟବସାୟ କିମ୍ବା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ଉଦ୍ଦେଶ୍ୟରେ ନିଜ ଜମିକୁ ବନ୍ଧକ ରଖି ଋଣ ଆଣିପାରିବେ। ଏହାସହ ଜଣେ ଅଣ ଅନୁସୂଚିତ ଜନଜାତି ବ୍ୟକ୍ତିଙ୍କୁ ସମ୍ପତ୍ତି ହସ୍ତାନ୍ତର କରିପାରିବେ ବୋଲି ଆଇନରେ ସଂଶୋଧନ ହୋଇଥାଆନ୍ତା। ରାଜ୍ୟ ସରକାରଙ୍କ ଏହି ନିଷ୍ପତି ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଥିଲା। ସରକାରଙ୍କ ନିଷ୍ପତିକୁ ନେଇ ଗୃହ ସରଗରମ ହୋଇ ଉଠିଥିଲା।

Leave A Reply

Your email address will not be published.