Odisha Link
Bridging the Missing Links in Odisha

କେନ୍ଦୁଝରରୁ ନନ୍ଦନକାନନକୁ ଆସିଲା ହାତୀ ଛୁଆ; ସ୍ୱାସ୍ଥ୍ୟ ପରୀକ୍ଷା ପରେ କରାଯିବ ଚିକିତ୍ସା

ଓଏଲ୍‌ ବ୍ୟୁରୋ: ନନ୍ଦନକାନନକୁ ଏକ ନୂଆ ହାତୀ ଛୁଆ ଅଣାଯାଇଛି। କେନ୍ଦୁଝର ବନାଞ୍ଚଳରୁ ଆଣି ୩ ମାସର ହାତୀ ଛୁଆକୁ ନନ୍ଦନକାନନରେ ଛଡାଯାଇଛି। ହାତୀ ଛୁଆର ଡାହାଣ ପାଖ ଗୋଡରେ କ୍ଷତ ହୋଇଥିିବା ବେଳେ ଅସୁସ୍ଥ ହୋଇ ବୁଲୁଥିଲା ହାତୀ ଛୁଆଟି। ନିଜ ମାଆ ଓ ହାତୀ ପଲ ସହ ଜଙ୍ଗଲରେ ବୁଲୁଥିଲା। ଉଦ୍ଧାର କରାଯାଇଥିବା ୩ ମାସର ହାତୀ ଛୁଆଟି ଅସୁସ୍ଥ ହୋଇପଡ଼ିଥିଅବେଳେ ତାକୁ ନନ୍ଦନକାନନରେ ଛଡାଯାଇଛି।

ତେବେ ୧୫ ଟିକିଆ ହାତୀ ପଲ ମଧ୍ୟରେ ରହୁଥିବାରୁ ତାକୁ ଅଲଗା କରି ଆଣି ଚିକିତ୍ସା କରିବା କଷ୍ଟକର ହୋଇପଡିଥିଲା। ଯାହାଫଳରେ ୪ ଦିନ ଧରି ପ୍ରଚେଷ୍ଟା ପରେ କେନ୍ଦୁଝର ବନାଂଚଳ କର୍ମଚାରୀ ଓ ନନ୍ଦନକାନନରୁ ଯାଇଥିବା ୨ ଜଣ ହାତୀ ଉଦ୍ଧାରକାରୀଙ୍କ ସହାୟତାରେ ହାତୀ ଛୁଆଟିକୁ ଧରାଯାଇଥିଲା। ହାତୀ ଛୁଆ ଉଦ୍ଧାର ହେବା ପରେ ରାତିରେ ନନ୍ଦନକାନନକୁ ଅଣାଯାଇଛି। ସେଠାରେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବାବେଳେ ଚିକିତ୍ସା ଆରମ୍ଭ ହୋଇଛି।

Leave A Reply

Your email address will not be published.