Odisha Link
Bridging the Missing Links in Odisha

ଧବଳେଶ୍ୱର ପୀଠର ପୂଜକଙ୍କୁ ନିର୍ଦ୍ଦେଶ; ଦ୍ୱାର ନ ଖୋଲିଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

ଓଏଲ୍‌ ବ୍ୟୁରୋ: ଚାଲିଛି କାର୍ତିକ ମାସ। ଧର୍ମ ମାସରେ ପଂଚୁକ ଚାଲିଥିବାବେଳେ ସମସ୍ତ ଧାର୍ମିକ ପୀଠରେ ଭିଡ଼ ଜମୁଛି। ଏହାରି ମଧ୍ୟରେ ମନ୍ଦିରରେ ପୂଜା ଛାଡି ଆନ୍ଦୋଳନ କରୁଛନ୍ତି ଧବଳେଶ୍ୱର ପୂଜକ। ଦୃଶ୍ୟଟି ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ଼ରେ। ବ୍ୟାରିକେଡ୍‌ ବ୍ୟବସ୍ଥାକୁ ବିରୋଧ କରି ଧବଳେଶ୍ୱର ପୀଠର ପୂଜକ ସଂଘ ଆନ୍ଦୋଳନ କରିଛନ୍ତି। ପୂଜକ ସମିତି ପୂଜା ନୀତି ବନ୍ଦ କରି ଧାରଣାରେ ବସିଛନ୍ତି। ଯାହାକୁ ନେଇ ଭକ୍ତଂକ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

ଏହି ଘଟଣାରେ ଘଣ୍ଟାକ ଭିତରେ ଧବଳେଶ୍ୱର ମନ୍ଦିର ଦ୍ୱାର ଖୋଲିବାକୁ ନିର୍ଦ୍ଦେଶ ଜାରି ହୋଇଛି। ନିର୍ଦ୍ଦେଶ ସହ ନୋଟିସ୍‌ ଲଗାଇଲେ ଆଠଗଡ଼ ଉପଜିଲ୍ଲାପାଳ। ଦ୍ୱାର ନ ଖୋଲିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ପୂଜା ନୀତି ବନ୍ଦ ଯୋଗୁଁ ଶ୍ରଦ୍ଧାଳୁ ସକାଳ ୧୦ରୁ ଦର୍ଶନ କରିପାରୁ ନାହାନ୍ତି।

Leave A Reply

Your email address will not be published.