Odisha Link
Bridging the Missing Links in Odisha

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ଅବକାରୀ ଅଧିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ଅଧିକାରୀ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗ ସୁପରିଣ୍ଟେଣ୍ଡଣ୍ଟ ଗଙ୍ଗା ପାଇକରାଏଙ୍କ ଘରେ ଭିଜିଲାନ୍ସ ରେଡ଼ କରିଛି। ଏକ ସଙ୍ଗେ ୫ଟି ସ୍ଥାନରେ ଚଢ଼ାଉ ଜାରି ହୋଇଛି। ନବରଙ୍ଗପୁର ଭଡାଘର, କାର୍ଯ୍ୟାଳୟ ଓ ଜୟପୁର ପୈତୃକ ବାସ ଭବନ ସହ ବିଭିନ୍ନ ସ୍ଥାନରେ ଚଡାଉ କରାଯାଇଛି। ଏକ ଭିଜିଲାନ୍ସ ଟିମ ଛାନବିନ କରୁଛନ୍ତି।