Odisha Link
Bridging the Missing Links in Odisha

ଛତିଶଗଡ଼ରେ କିଏ ଗଢ଼ିବ ସରକାର? ଏକଜିଟ୍ ପୋଲ୍‌ ତଥ୍ୟ କ’ଣ କହୁଛି ଜାଣନ୍ତୁ

ଛତିଶଗଡ଼ରେ ମୋଟ ୯୦ଟି ବିଧାନସଭା ଆସନ ରହିଛି। ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୪୬।

ଓଏଲ୍‌ ବ୍ୟୁରୋ: ୨୦୨୪ ଫାଇନାଲ ଫାଇଟ୍‌ ପୂର୍ବରୁ ସେମି ଫାଇନାଲ ମୁକାବିଲାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚ।। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସମସ୍ତଙ୍କ ନଜର ୫ ରାଜ୍ୟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ଉପରେ। ଛତିଶଗଡ଼, ରାଜସ୍ଥାନ, ମଧ୍ୟ ପ୍ରଦେଶ, ତେଲେଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଶେଷ ହୋଇଥିବା ବେଳେ ବିଭିନ୍ନ ଜାତୀୟ ଗଣମାଧ୍ୟମ ଓ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ୍‌ ତଥ୍ୟ ଆଜି ସାମ୍ନାକୁ ଆସିଛି।

ଛତିଶଗଡ଼ରେ ମୋଟ ୯୦ଟି ବିଧାନସଭା ଆସନ ରହିଛି। ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୪୬। ଯେଉଁ ଦଳ ମ୍ୟାଜିକ ନମ୍ବର ଛୁଇଁବ ସେହି ଦଳ ସରକାର ଗଠନ କରିବ। ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ପକ୍ଷରୁ ଗାରି ହୋଇଥିବା ଏକଜିଟ୍ ପୋଲ୍‌ ତଥ୍ୟ ଅନୁଯାୟୀ କଂଗ୍ରେସ ୪୦ରୁ ୫୦ଟି ଆସନ ଜିତିବ। ବିଜେପି ୩୬ରୁ ୪୬ଟି ଆସନ ଜିତିବ। ସେହିପରି ଅନ୍ୟାନ୍ୟ ଦଳ ୧ରୁ ୫ଟି ଆସନ ଜିତିବେ।

ସେହିରି Today’s Chanakyaର ତଥ୍ୟ କହୁଛି ଏଥର ଛତିଶଗଡ଼ରେ କଂଗ୍ରେସ ୫୭ଟି ଓ ବିଜେପି ୩୩ଟି ଆସନରେ ଜିତିବ। Polstratର ଏକଜିଟ୍ ପୋଲ୍ କହୁଛି କଂଗ୍ରେସ ୪୦ରୁ ୫୦ଟି ଆସନ ଜିତିବ। ଅନ୍ୟପକ୍ଷରେ ବିଜେପି ୩୫ରୁ ୪୫ଟି ଆସନ ପାଇବ। ସେହିପରି ABP News-Cvoterର ତଥ୍ୟ ଅନୁଯାୟୀ କଂଗ୍ରେସ ୪୧ରୁ ୫୩ଟି ଆସନ ଜିତିବ। ବିଜେପି ୩୬ରୁ ୪୮ଟି ଆସନ ଆସନ ଜିତିବ।

ସୂଚନାଥାଉକି,୯୦ଟି ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭା ପାଇଁ ଏଥର ଦୁଇଟି ପର୍ଯ୍ୟାୟରେ ନଭେମ୍ବର ୭ ଓ ୧୭ ତାରିଖରେ ଭୋଟ୍ ଗ୍ରହଣ କରାଯାଇଥିଲା। ଡିସେମ୍ବର ୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ଏକଜିଟ୍ ପୋଲ୍‌ ତଥ୍ୟକୁ ଦେଖିଲେ ଲାଗୁଛି ବିଜେପି କ୍ଷମତାକୁ ଫେରିବାକୁ କଡ଼ା ଟକ୍କର ଦେଉଛି, କିନ୍ତୁ କଂଗ୍ରେସ ହାତରେ ସଂଖ୍ୟା ଅଧିକ ରହୁଛି।

Leave A Reply

Your email address will not be published.