Odisha Link
Bridging the Missing Links in Odisha

ବିଧାନସଭା ଫଳାଫଳ: ୩ଟି ରାଜ୍ୟରେ ବିଜେପି ଆଗରେ, ଗୋଟିଏରେ କଂଗ୍ରେସ

ଓଏଲ୍‌ ବ୍ୟୁରୋ: ୨୦୨୪ ଫାଇନାଲ ନିର୍ବାଚନ ପୂର୍ବରୁ ଆଜି ଆସିବ ସେମିଫାଇନାଲ ଫଳାଫଳ। ଆଜି ଆସିବ ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ଛତିଶଡର ବିଧାନସଭା ନିର୍ବାଚନର ଫଳାଫଳ। ଏଥିପାଇଁ ଆରମ୍ଭ ହୋଇଛି ଭୋଟ ଗଣତି। ସକାଳ ୮ଟାରୁ ଆରମ୍ଭ ହୋଇଛି ଗଣତି।

ନିର୍ବାଚନ କମିଶନର ତଥ୍ୟ ଅନୁଯାୟୀ ପ୍ରାରମ୍ଭିକ ଟ୍ରେଣ୍ଡରେ ଭାରତୀୟ ଜନତା ପାର୍ଟି ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଆଗୁଆ ରହିଛି। ସେହିପରି ତେଲେଙ୍ଗାନାରେ କଂଗ୍ରେସ ଦଳ ଆଗରେ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଗଣତି ହିସାବରେ ଛତିଶଗଡ଼ରେ ବିଜେପି ୨୬, କଂଗ୍ରେସ ୨୩ ଓ ଅନାନ୍ୟ ଦଳ ଗୋଟିଏ ଆସନରେ ଆଗୁଆ ରହିଛନ୍ତି।

ସେହିପରି ମଧ୍ୟପ୍ରଦେଶରେ ବିଜେପି ୧୧୯, କଂଗ୍ରେସ ୪୩ ଓ ଅନାନ୍ୟ ଦଳ ୪ଟି ଆସନରେ ଆଗୁଆ ରହିଛନ୍ତି। ସେହିପରି ରାଜସ୍ଥାନରେ ବିଜେପି ୯୮, କଂଗ୍ରେସ ୭୨ ଓ ଅନାନ୍ୟ ଦଳ ୧୫ଟି ଆସନରେ ଆଗୁଆ ରହିଛି। ତେଲେଙ୍ଗାନାରେ କଂଗ୍ରେସ ୪୭, ବିଆରଏସ୍‌ ୨୬ ଓ ବିଜେପି ୩ଟି ଆସନରେ ଆଗୁଆ ରହିଛି।

ସବୁଠୁ ବଡ଼ କଥା ହେଲା ଲୋକସଭା ନିର୍ବାଚନକୁ ଆଉ ମାତ୍ର ୬ ମାସ ବାକି ଅଛି। ତେଣୁ ଏହି ୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ସେମିଫାଇନାଲ ମ୍ୟାଚ୍‌ ଭାବେ ବିବେଚନା କରାଯାଉଛି। ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନାରେ କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ ତାହା ଆଜି ସ୍ପଷ୍ଟ ହୋଇଯିବ। ସେହିପରି ଆସନ୍ତାକାଲି ମିଜୋରାମରେ ଭୋଟ ଗଣତି ହେବ।

ଏକଜିଟ୍‌ ପୋଲ୍‌ ରିପୋର୍ଟ ଅନୁଯାୟୀ, ରାଜସ୍ଥାନରେ ବିଜେପି ଓ ଛତିଶଗଡ଼ରେ କଂଗ୍ରେସ ବାଜି ମାରିପାରେ ବୋଲି ଆକଳନ କରାଯାଉଛି। ସେହିପରି ରାଜସ୍ଥାନରେ ଗେହଲଟଙ୍କ ହାତରୁ କ୍ଷମତା ଖସି ଯାଇପାରେ । ୨୩୦ ସିଟ୍‌ ବିଶିଷ୍ଟ ମଧ୍ୟପ୍ରଦେଶରେ ବିଜେପି କ୍ଷମତାକୁ ଆସିବା ନେଇ ପୁର୍ବାନୁମାନ କରାଯାଉଥିବା ବେଳେ ତେଲେଙ୍ଗାନାରେ ସତ୍ତେ ପଲଟିପାରେ ବୋଲି ଚର୍ଚ୍ଚା ହେଉଛି।

ସବୁଠୁ ବଡ଼କଥା ହେଲା ଭୋଟ ଗଣତି ଆରମ୍ଭ ହେବା ପରଠୁ ଉତ୍ସାହିତ ଅଛନ୍ତି ୨ ଜାତୀୟ ଦଳ କଂଗ୍ରେସ ଓ ବିଜେପି। ରାଜଧାନୀ ଦିଲ୍ଲୀରେ ଉଭୟ ଦଳ ପକ୍ଷରୁ ଆରମ୍ଭ ହୋଇସାରିଲାଣି ସେଲିବ୍ରେସନ୍‌। ବିଜୟ ପାଇଁ ଆଶାବାଦୀ ଥିବା କଂଗ୍ରେସ କର୍ମୀମାନେ ଜୋରଦାର ସେଲିବ୍ରେସନ କରିଛନ୍ତି। ସେପଟେ ରାଜସ୍ଥାନ ବିଜେପି କାର୍ଯ୍ୟାଳୟକୁ ରଙ୍ଗବେରଙ୍ଗ ଫୁଲରେ ସଜା ଯାଇଥିବା ବେଳେ ସେଲିବ୍ରେଶନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି।

Leave A Reply

Your email address will not be published.