Odisha Link
Bridging the Missing Links in Odisha

ସଂସ୍କୃତି ବିଭାଗର ଦାଇତ୍ୱ ନେଇଛନ୍ତି ସୁଜାତା କାର୍ତ୍ତିକେୟନ; ଓଡ଼ିଆ ଚଳଚ୍ଚିତ୍ର ଜଗତରୁ ଶୁଭେଚ୍ଛାର ସୁଅ

ଓଏଲ୍‌ ବ୍ୟୁରୋ: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନୂତନ କମିଶନର ତଥା ଶାସନ ସଚିବ ଭାବେ ସୁଜାତା ରାଉତ କାର୍ତ୍ତିକେୟନ୍ ଦାୟିତ୍ଵ ଗ୍ରହଣ କରିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଭେଟି ଶୁଭେଚ୍ଛା ଜଣାଇଲା ଓଡ଼ିଆ ସିନେ ଜଗତ। ନିର୍ଦେଶକ ସବ୍ୟସାଚୀ ମହାପାତ୍ର, ବରିଷ୍ଠ ଅଭିନେତ୍ରୀ ମହେଶ୍ବେତା ରାୟ, ଅପରାଜିତା ମହାନ୍ତି, ପ୍ରେମ ଆନନ୍ଦ ପ୍ରମୁଖ ଭେଟିଛନ୍ତି।

ସୂଚନା ଅନୁସାରେ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ମହିଳାଙ୍କୁ ସଶକ୍ତ କରିଥିବା ମିଶନ ଶକ୍ତି ସଚିବ ସୁଜାତା ରାଉତଙ୍କୁ ପୁଣି ନୂଆ ଦାୟିତ୍ଵ ମିଳିଛି। ଏବେ ପୁଣି କାର୍ତ୍ତିକେୟନ ଓଡ଼ିଆ ଭାଷା ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ବରେ ରହିବେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ବିକାଶ ଦିଗରେ କାର୍ଯ୍ୟ କରିବା ଏକ ଗୌରବର କଥା ଓ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିବାରୁ ଏହାକୁ ସେ ଆନ୍ତରିକ ଭାବେ ସଂପାଦନ କରିବେ ବୋଲି ମତବ୍ୟକ୍ତ କରିଥିଲେ।

Leave A Reply

Your email address will not be published.