Odisha Link
Bridging the Missing Links in Odisha

ତେଲେଙ୍ଗାନାରେ ରେଡ୍ଡୀ ସରକାର; ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବନ୍ତ ରେଡ୍ଡୀ

ଓଏଲ୍‌ ବ୍ୟୁରୋ: ୨୦୨୪ ଫାଇନାଲ ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ଛତିଶଡର ବିଧାନସଭା ନିର୍ବାଚନର ଫଳାଫଳ ଆସିଯାଇଛି। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ଭାରତୀୟ ଜନତା ପାର୍ଟି ବିଜୟୀ ହୋଇଥିବା ବେଳେ ତେଲେଙ୍ଗାନାରେ କଂଗ୍ରେସ ସରକାର ବିଜୟୀ ହୋଇଛି। ତିନି ରାଜ୍ୟର ନିର୍ବାଚନ ଫଳାଫଳକୁ ନେଇ ବିଜେପି ସେଲିବ୍ରେସନ କରୁଥିବା ଦେଖିବାକୁ ମିଳିଛି। ତିନି ରାଜ୍ୟରେ ସରକାର ଗଠନ କରିବା ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ତେଲେଙ୍ଗାନାରେ ଦଳ ମାଟି କାମୁଡ଼ି ପଡ଼ିଛି।

ତେଲେଙ୍ଗାନାରେ କଂଗ୍ରେସ ଦଳ ବିଆରଏସ୍‌ ଦଳକୁ କଡ଼ା ଟକ୍କର ଦେଇ ୬୩ଟି ଆସନରେ ବିଜୟୀ ହୋଇ ସରକାର ଗଠନ କରିବାକୁ ଯାଉଛି। ବିଆରଏସ୍‌ ୪୦ଟି ଆସନ ଜିତିଥିବା ବେଳେ ବିଜେପି ୯ଟିରେ ବିଜୟୀ ହୋଇଛି ସେହିପରି ଅନାନ୍ୟ ଦଳ ୭ଟିରେ ବିଜୟୀ ହୋଇଛନ୍ତି। ତେବେ ରେବାନ୍ତ ରେଡ୍ଡୀ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ହାଇଦ୍ରାବାଦରେ ଶପଥ ପାଠ କରାଇଲେ ରାଜ୍ୟପାଳ। ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ। ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଟି ବିକ୍ରମାର୍କା। ଶପଥ ଗ୍ରହଣ ସମାରୋହରେ ସୋନିଆ, ରାହୁଲ, ପ୍ରିୟଙ୍କା ଗାନ୍ଧି ଉପସ୍ଥିତ ରହିଛନ୍ତି।

ସୂଚନା ଅନୁସାରେ, ଛତିଶଗଡ଼ ବିଧାନସଭା ଫଳାଫଳ ଭାରତୀୟ ଜନତା ପାର୍ଟି ସପକ୍ଷରେ ଯାଇଛି। ଏହାପୂର୍ବରୁ ସେଠାରେ କଂଗ୍ରେସର ସରକାର ଥିଲା। ଭାରତୀୟ ଜନତା ପାର୍ଟି ୫୪ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଦଳ ୩୬ଟି ଆସନରେ ବିଜୟୀ ହୋଇଛି। ବହୁମତ ପାଇଥିବା ବିଜେପି ଆଗାମୀ ସରକାର ଗଠନ କରିବା ପାଇଁ ଆରମ୍ଭ କରିସାରଛନ୍ତି ରଣନୀତି।

ସେହିପରି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଲ ଭାରତୀୟ ଜନତା ପାର୍ଟି ସପକ୍ଷରେ ହିଁ ଯାଇଛି। ବିଜେପି ୧୬୬ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୬୩ଟିରେ ବିଜୟୀ ହୋଇଛି। ସେହିପରି ଅନ୍ୟାନ୍ୟ ଦଳ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି। ଏହାପୂର୍ବରୁ ମଧ୍ୟପ୍ରଦେଶରେ ବିଜେପି ହିଁ ସରକାର ଗଠନ କରିଥିଲା।

ଚଳିତଥର ସବୁଠୁ ଚର୍ଚ୍ଚାରେ ଥିଲା ରାଜସ୍ଥାନ ବିଧାନସଭା ନିର୍ବାଚନ। ସେଠାରେ କଂଗ୍ରେସ ସରକାର ଜୋରଦାର ଟକ୍କର ଦେଇ ବିଜେପି ନିଜ ହାତକୁ ଶାସନ ଦାୟିତ୍ବ ଆଣିଛି। ବିଜେପି ୧୧୪ଟି ଆସନ ଜିତି ସରକାର ଗଠନ କରିବା ପାଇଁ ଆରମ୍ଭ କରିସାରିଲାଣି ଭବ୍ୟ ଆୟୋଜନ। କଂଗ୍ରେସ ଦଳ ୭୦ଟି ଆସନରେ ବିଜୟୀ ହୋଇଥିବା ବେଳେ ଅନାନ୍ୟ ଦଳ ୧୨ଟି ଆସନରେ ବିଜୟୀ ହୋଇଛନ୍ତି।

Leave A Reply

Your email address will not be published.