Odisha Link
Bridging the Missing Links in Odisha

ପୁଣି ମୁହଁ ଖୋଲିଲେ ସୌମ୍ୟ ପଟ୍ଟନାୟକ; ଏଥର ତୁଣ୍ଡରେ ଛାତ୍ର ସଂସଦ ନିର୍ବାଚନ

ଓଏଲ୍‌ ବ୍ୟୁରୋ: କିଛି ଦିନର ବ୍ୟବଧାନ ପରେ ପୁଣି ମୁହଁ ଖୋଲିଲେ ଚର୍ଚ୍ଚିତ ବିଧାୟକ ସୌମ୍ୟ ପଟ୍ଟନାୟକ। ଜଗତସିଂହପୁର ଏରସମା ଶିଆଳି ବାଲିଯାତ୍ରାରେ ସୌମ୍ୟ ପଟ୍ଟନାୟକ ନିଜର ମନ୍ତବ୍ୟ ରଖିଛନ୍ତି। ଛାତ୍ର ସଂସଦ ନିର୍ବାଚନ ସପକ୍ଷରେ ଯୁକ୍ତି ବାଢ଼ି ସୌମ୍ୟ କହିଛନ୍ତି, ସତ କଥା ହେଉଛି, ଯୁବକମାନଙ୍କୁ ନେତୃତ୍ବର ସୁଯୋଗ ନ ଦେବା। ଛାତ୍ର ସଂସଦ ନିର୍ବାଚନ ନେତୃତ୍ବ ଦେବାକୁ ସୁଯୋଗ ଦିଏ।

ଏହା ସହ ସେ ଆହୁରି କହିଛନ୍ତି, ଯିଏ ବରଯାତ୍ରୀ ଯାଇନି, ସେ ବାହାଘର ମଜା କେମିତି ପାଇବ। ଆଶା, ସରକାର ଖୁବଶୀଘ୍ର ଛାତ୍ର ସଂସଦ ନିର୍ବାଚନ କଥା ଚିନ୍ତା କରିବେ। ଆଶା, ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟାକୁ ସରକାର ଫେରାଇ ଆଣିବେ। ଯାହାଫଳରେ ଗଣତାନ୍ତ୍ରିକ ଅନୁଷ୍ଠାନ ତିଆରି ହେବ। ଜିନ୍ସ, ଧଳା ସାର୍ଟ ପିନ୍ଧିଲେ କିଏ ନେତା ହୁଅନ୍ତି ନାହିଁ। ନେତା ହେବା ପାଇଁ ଲୋକଙ୍କ ସହ ମିଶିବାକୁ ପଡ଼ିବ ବୋଲି ସୌମ୍ୟ ରଞ୍ଜନ ପଟନାୟକ କହିଛନ୍ତି।

Leave A Reply

Your email address will not be published.