Odisha Link
Bridging the Missing Links in Odisha

ପୁଣି ଚର୍ଚ୍ଚାରେ ମହୁଆ ମୈତ୍ର; ରିପୋର୍ଟ ଉପସ୍ଥାପନ ପରେ ଗୃହ ମୁଲତବି

ଓଏଲ୍‌ ବ୍ୟୁରୋ: ପୁଣି ଚର୍ଚ୍ଚାରେ ମହୁଆ ମୈତ୍ର। ସାଂସଦ ମହୁଆ ମୈତ୍ର ମାମଲାରେ ଲୋକସଭାରେ ରିପୋର୍ଟ ଉପସ୍ଥାପନ କରାଯାଇଛି। ଏଥିକ୍ସ କମିଟି ରିପୋର୍ଟ ଉପସ୍ଥାପନ କଲେ ସାଂସଦ ବିନୋଦ ସୋନକାର। ରିପୋର୍ଟ ଉପସ୍ଥାପନା ପରେ ମହୁଆ ମୈତ୍ରଙ୍କୁ ବହିଷ୍କାର କରିବାକୁ ସ୍ୱର ଶାଣିତ ହୋଇଛି। ରିପୋର୍ଟ ଉପସ୍ଥାପନ ପରେ ବିରୋଧୀଙ୍କ ହୋହଲ୍ଲା ଦେଖିବାକୁ ମିଳିଥିଲା। ଯାହା ଦ୍ୱାରା ଗୃହ ମୁଲତବି ରଖାଯାଇଛି।

ସୂଚନା ଅନୁସାରେ, ପୂର୍ବରୁ ଏଥିକ୍ସ କମିଟି ନିଜ ସୁପାରିସରେ ଜାତୀୟ ସୁରକ୍ଷାକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇଥିଲା। କମିଟି ତା’ର ସୁପାରିସରେ କହିଛି ଯେ ମହୁଆ ତାଙ୍କ ସଂସଦୀୟ ଆକାଉଣ୍ଟର ଲଗ୍-ଇନ ବିବରଣୀ ଅନାଧିକୃତ ବ୍ୟକ୍ତିଙ୍କ ସହ ସେୟାର କରିଛନ୍ତି, ଯାହା ଜାତୀୟ ସୁରକ୍ଷା ଉପରେ ପ୍ରଭାବ ପକାଉଛି। ଏହା ଏକ ଗୁରୁତର ଅପରାଧ ବୋଲି କମିଟି ଜାଣିବାକୁ ପାଇଥିଲା। ତେବେ ରିପୋର୍ଟ ଉପସ୍ଥାପନା ପରେ ମହୁଆ ମୈତ୍ରଙ୍କୁ ବହିଷ୍କାର କରିବାକୁ ସ୍ୱର ଶାଣିତ ହୋଇଛି।

Leave A Reply

Your email address will not be published.