Odisha Link
Bridging the Missing Links in Odisha

ବୋର୍‌ୱେଲ ଭିତରେ ପଡ଼ିଲା ଶିଶୁ; ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ

ଓଏଲ୍‌ ବ୍ୟୁରୋ: ସମ୍ବଲପୁରରେ ଏକ ଅଭାବନୀୟ ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ବୋରୱେଲ୍‌ ଗାତରେ ଗଳିପଡ଼ିଲା ଶିଶୁ। ରେଙ୍ଗାଲି ନିକଟ ଲାରିପାଲିରେ ବୋର୍‌ୱେଲରେ ପଡ଼ିଛି। ପଡ଼ିଥିବା ଶିଶୁଟି ନବଜାତ ହୋଇଥିବା ସନ୍ଦେହ କରାଯାଉଛି। ଶିଶୁଟିକୁ କେହି ଆଣି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର ଉଦ୍ୟମ ଆରମ୍ଭ କରିଛି।

ସୂଚନା ଅନୁସାରେ, ୨୦୨୨ ଡିସେମ୍ବର ୬ ତାରିଖରେ ବୋରୱେଲ୍‌ରେ ଜଣେ ଶିଶୁ ଫସିଯାଇଥିଲା। ଉଦ୍ଧାରକାରୀ ଦଳଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ଜୀବନ ଯୁଦ୍ଧରେ ହାରିଯାଇଥିଲା ୮ ବର୍ଷର ବାଳକ ତନ୍ମୟ ସାହୁ। ମଧ୍ୟପ୍ରଦେଶର ବୈତୂଲ ଜିଲ୍ଲା ଅନ୍ତର୍ଗତ ମାଣ୍ଡବୀ ଗ୍ରାମସ୍ଥିତ ୪୦୦ ଫୁଟ୍‌ ଗଭୀର ବୋରୱେଲରେ ପଡିଯାଇଥିଲା। ଏହାପରେ ଏହି ଖବର ଜିଲ୍ଲା ପ୍ରଶାସନ ଓ ପୋଲିସ ପାଖରେ ପହଞ୍ଚିବା ପରେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଥିଲା। ବହୁ ଚେଷ୍ଟା ଜାରି ପରେ ଉଦ୍ଧାର ହୋଇ ତନ୍ମୟ ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.