Odisha Link
Bridging the Missing Links in Odisha

ରହସ୍ୟ ଘେରରେ ବିଡ଼ା ବିଡ଼ା ଟଙ୍କା; ତଦନ୍ତ କରିବ ଇଡି!

ଓଏଲ୍‌ ବ୍ୟୁରୋ: ଆକ୍ସନ ମୋଡରେ ଆୟକର ବିଭାଗ। ୬ ଦିନ ଲଗାତାର ଆଇଟି ରେଡ୍‌ ଶେଷ ହୋଇଛି। ଟିଟିଲାଗଡ଼ରେ ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍‌ ହୋଇଥିଲା। ଆୟକର ଫାଙ୍କି ଅଭିଯୋଗରେ ଉଭୟଙ୍କ ଘରେ ଆଇଟି ଚଢ଼ାଉ କରିଥିଲା। ୬ ଦିନ ରେଡ୍‌ ପରେ ଏବେ ୨ ମଦଭାଟି ମ୍ୟାନେଜରଙ୍କୁ ଜେରା କରାଯାଇଥିଲା।

ଏହା ପରେ ବଲାଙ୍ଗୀର ସୁଦପଡ଼ା ମଦଭାଟି ଛାଡ଼ିଥିଲେ ଆଇଟି ଅଧିକାରୀ। ଲଗାତାର ୬ ଦିନ ରେଡ୍‌ ପରେ ବଲାଙ୍ଗୀର ଛାଡ଼ିଲେ ଟିମ୍। ସୁଦପଡ଼ା ମଦଭାଟିର ୨ ମ୍ୟାନେଜରଙ୍କୁ ଜେରା କରି ଫେରିଲେ। ଏହା ପରେ ବିପୁଳ ଟଙ୍କାର ରହସ୍ୟ ଖୋଲିବାକୁ ଏଣ୍ଟ୍ରି ମାରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଇଡି ଯୁଗ୍ମ ନିର୍ଦ୍ଦେଶକ ଭେଟିବା ପରେ ବଢ଼ିଲା ଏଣ୍ଟ୍ରି ସମ୍ଭାବନା।

ସୂଚନା ଅନୁସାରେ, ଝାଡଖଣ୍ଡରୁ କଂଗ୍ରେସ ରାଜ୍ୟସଭା ସାଂସଦ, ଧୀରଜ ପ୍ରସାଦ ସାହୁ ଓ ତାଙ୍କ ଘନିଷ୍ଠ ସହଯୋଗୀଙ୍କ ବାସଭବନରେ ଆୟକର ବିଭାଗ ୫ଦିନ ଧରି ଚଢ଼ଉ କରିଥିଲା। ଏହି ଚଢ଼ଉ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡସ୍ଥିତ ସାହୁ ଗ୍ରୁପର କମ୍ପାନିରେ ହୋଇଥିଲା। ଆୟକର ବିଭାଗର ଅଧିକାରୀମାନେ ଓଡ଼ିଶା ଓ ଝାଡ଼ଖଣ୍ଡରୁ ଏପର୍ଯ୍ୟନ୍ତ ମୋଟ ୪୫୪ କୋଟି ୫୦ ଲକ୍ଷ ଟଙ୍କା ଜବତ କରିଥିବା ଜଣାପଡ଼ିଛି।

Leave A Reply

Your email address will not be published.