Odisha Link
Bridging the Missing Links in Odisha

ହଟିଲା ନିଲମ୍ବନ; ପଦ ଫେରିପାଇଲେ ତେଲେଙ୍ଗାନା ଡିଜିପି

ଓଏଲ୍‌ ବ୍ୟୁରୋ: ତେଲେଙ୍ଗାନାରେ କଂଗ୍ରେସର ବିଜୟ ମଧ୍ୟରେ ନିର୍ବାଚନ ଆୟୋଗ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଥିଲା। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିବା ଅଭିଯୋଗରେ ତେଲେଙ୍ଗାନା ଡିଜିପି ନିଲମ୍ବିତ ହୋଇଥିଲେ। ବର୍ତ୍ତମାନ ତେଲେଙ୍ଗାନା ଡିଜିପି ଅଞ୍ଜନୀ କୁମାରଙ୍କ ଉପରୁ ନିଲମ୍ବନ ହଟିଚି। ନିଲମ୍ବନ ଆଦେଶ ଉଠାଇ ନେଲେ ଭାରତୀୟ ନିର୍ବାଚନ କମିଶନ।

ସୂଚନା ଅନୁସାରେ, ତେଲେଙ୍ଗାନାରେ କଂଗ୍ରେସ ସରକାର ଗଢିବା ନିଶ୍ଚିତ ହେବା ଖବର ଜଣାପଡ଼ିବା ପରେ ଡିଜିପି ଅଞ୍ଜନୀ କୁମାର ଅନ୍ୟ ତିନିଜଣ ପୁଲିସ ଅଧିକାରୀଙ୍କୁ ସାଥିରେ ନେଇ ରେଡ୍ଡୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ। ଏହି ସମୟରେ ରେବନ୍ତ ରେଡ୍ଡୀଙ୍କୁ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଇଥିଲେ ଅଞ୍ଜନୀ କୁମାର। ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି ରହିଥିବା ବେଳେ ଡିଜିପିଙ୍କ ଏହି ସାକ୍ଷାତ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଦର୍ଶାଇ ନିର୍ବାଚନ ଆୟୋଗ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

Leave A Reply

Your email address will not be published.