Odisha Link
Bridging the Missing Links in Odisha

ମଦ ପରେ ଏବେ ବିଅର ଫ୍ୟାକ୍ଟ୍ରିରେ ଆଇଟି ରେଡ୍‌; ଚଢ଼ାଉରେ ୨ଟି ଆୟକର ଟିମ୍ ସାମିଲ୍

ଓଏଲ୍‌ ବ୍ୟୁରୋ: ଆକ୍ସନ ମୋଡରେ ଆୟକର ବିଭାଗ। ଟିଟିଲାଗଡ଼ରେ ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍‌ ହୋଇଥିଲା। ଆୟକର ଫାଙ୍କି ଅଭିଯୋଗରେ ଉଭୟଙ୍କ ଘରେ ଆଇଟି ଚଢ଼ାଉ କରିଥିଲା। ଏବେ କାମାକ୍ଷାନଗରରେ ବିଅର ଫ୍ୟାକ୍ଟ୍ରି ଉପରେ ଆୟକର ଟିମ୍‌ର ରେଡ୍‌। ମଲ୍ଟି ଏୟାର ଆଣ୍ଡ୍ ଲିମୋନେଡ୍‌ ପ୍ରା.ଲିମିଟେଡ୍‌ ଉପରେ ରେଡ୍‌। ତୁମୁସିଙ୍ଗା ଥାନା ରାୟନୃସିଂହପୁର ପଞ୍ଚାୟତ ମାଛିଆ ଗାଁରେ ଚଢ଼ାଉ କରାଯାଇଛି। ଚଢ଼ାଉରେ ୨ଟି ଆୟକର ଟିମ୍ ସାମିଲ୍ ଥିବା ସୂଚନା ରହିଛି।

ସୂଚନା ଅନୁସାରେ, ପୂର୍ବରୁ ଝାଡଖଣ୍ଡରୁ କଂଗ୍ରେସ ରାଜ୍ୟସଭା ସାଂସଦ, ଧୀରଜ ପ୍ରସାଦ ସାହୁ ଓ ତାଙ୍କ ଘନିଷ୍ଠ ସହଯୋଗୀଙ୍କ ବାସଭବନରେ ଆୟକର ବିଭାଗ ୫ଦିନ ଧରି ଚଢ଼ଉ କରିଥିଲା। ଏହି ଚଢ଼ଉ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡସ୍ଥିତ ସାହୁ ଗ୍ରୁପର କମ୍ପାନିରେ ହୋଇଥିଲା। ଆୟକର ବିଭାଗର ଅଧିକାରୀମାନେ ଓଡ଼ିଶା ଓ ଝାଡ଼ଖଣ୍ଡରୁ ଏପର୍ଯ୍ୟନ୍ତ ମୋଟ ୪୫୪ କୋଟି ୫୦ ଲକ୍ଷ ଟଙ୍କା ଜବତ କରିଥିବା ଜଣାପଡ଼ିଛି।

Leave A Reply

Your email address will not be published.