Odisha Link
Bridging the Missing Links in Odisha

ବୌଦ୍ଧରେ କମ୍ବିଂ ଅପରେସନ: ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି

ଓଏଲ୍‌ ବ୍ୟୁରୋ: ମାଓବାଦୀଙ୍କ ବିରୋଧରେ ଚାଲିଛି ବଡ଼ ଧରଣର ଅପରେସନ। ବୌଦ୍ଧ ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡି ଅଞ୍ଚଳ ନୀଳକୁମ୍ପା ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। କାଲି ପୁଲିସ-ମାଓବାଦୀ ଗୁଳି ବିନିମୟ ପରେ କମ୍ବିଂ ଅପରେସନ ଚାଲିଛି। କନ୍ଧମାଳରୁ ୭, ବୌଦ୍ଧରୁ ୫ ଏସଓଜି କମ୍ପାନୀ ଅପରେସନରେ ସାମିଲ ରହିଛନ୍ତି। ବୌଦ୍ଧ, ବ୍ରହ୍ମପୁର, କନ୍ଧମାଳରୁ ୩ଟି ବୋମା ନିଷ୍କ୍ରିୟକାରୀ ଦଳ ସାମିଲ ରହିଛନ୍ତି। କାଲି ଘଣ୍ଟାଏରୁ ଅଧିକ ପୁଲିସ-ମାଓବାଦୀ ଗୁଳି ବିନିମୟ ଚାଲିଥିଲା।

Leave A Reply

Your email address will not be published.