ଶାରଳା ମନ୍ଦିରରୁ ଚୋରି ଘଟଣା: ଅଭିଯୁକ୍ତ ଗିରଫ, ପାଖାପାଖି ୨ଲକ୍ଷ ଟଙ୍କା ଜବତ

ଓଏଲ୍ ବ୍ୟୁରୋ: ଆଜିକାଲି ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି।
ତେବେ ଏଥର ଜଗତସିଂହପୁର ମା’ ଶାରଳା ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି ହୋଇଥିବା ଖବର ସାମ୍ନାକୁ ଆସିଥିଲା। ମନ୍ଦିର ବାହାର ହୁଣ୍ଡି ଭାଙ୍ଗି କେହି ଚୋରି କରିଥିବା ଅଭିଯୋଗ ହୋଇଥିଲା। ଅଭଯୋଗ କ୍ରମେ ମନ୍ଦିର ସିସିଟିଭି ଯାଞ୍ଚ କରିଥିଲା କନକପୁର ଫାଣ୍ଡି ପୁଲିସ। ତେବେ ବର୍ତ୍ତମାନ ହୁଣ୍ଡି ଭାଙ୍ଗି ଟଙ୍କା ଚୋରି କରିଥିବା ଅଭିଯୁକ୍ତ ଗିରଫ ହୋଇଛି। ଅଭିଯୁକ୍ତଠୁ ୧ ଲକ୍ଷ ୮୫ହଜାର ୧୯୬ଟଙ୍କା ଜବତ ହୋଇଛି।