Odisha Link
Bridging the Missing Links in Odisha

ଏବେବି ଓଡ଼ିଶାରେ ୪୯.୯ ପ୍ରତିଶତ ପିଲା ଡ୍ରପ୍ ଆଉଟ୍!

ଓଏଲ୍‌ ବ୍ୟୁରୋ: ଶିକ୍ଷା ଭିତ୍ତିଭୂମିର ଉନ୍ନତିକରଣ ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି। ଏବେବି ଓଡ଼ିଶାରେ ୫୦ ପ୍ରତିଶତ ଡ୍ରପ୍ ଆଉଟ୍ ହୋଇଥିବା ଏକ ରିପୋର୍ଟରେ ଉଲ୍ଲେଖ ହୋଇଛି। ଓଡ଼ିଶାରେ ୪୯.୯ ପ୍ରତିଶତ ପିଲା ଅଧାରୁ ପାଠ ଛାଡିଛନ୍ତି। ଏହି କ୍ରମରେ ବିହାରରେ ୪୨.୧, ମେଘାଳୟରେ ୩୫.୫ ଓ କର୍ଣ୍ଣାଟକରେ ୨୮.୫ ପ୍ରତିଶତ, ମଣିପୁରରେ ଡ୍ରପ ଆଉଟ ସଂଖ୍ୟା ଶୂନ ଥିବା ବେଳେ ଦିଲ୍ଲୀରେ ୧.୩ ପ୍ରତିଶତ ରହିଛି। ଓଡ଼ିଶାରେ ପୂର୍ବରୁ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ଡ୍ରପ ଆଉଟ ସଂଖ୍ୟା କମ ଥିଲା। ତାହା ଏବେ ବୃଦ୍ଧି ପାଇଛି। ଲୋକସଭାରେ ଆଲୋଚନା ହେବା ସାମ୍ନାକୁ ଆସିଲା ରିପୋର୍ଟ। ତେବେ ଏହି ଡ୍ରପ ଆଉଟ ସଂଖ୍ୟା ଚିନ୍ତା ବିଷୟ ପାଲଟିଛି।

Leave A Reply

Your email address will not be published.