Odisha Link
Bridging the Missing Links in Odisha

ଆଇପିଏଲ୍ ୨୦୨୪: ଦାମୀ ତାଲିକାରେ ସାମିଲ ହେଲେ ଏହି ଖେଳାଳି

ଓଏଲ୍‌ ବ୍ୟୁରୋ: ଦୁବାଇରେ ଇଣ୍ତିଆନ୍ ପ୍ରିମିୟର ଲିଗ୍ ୨୦୨୪ ସଂସ୍କରଣ ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଖେଳାଳି ସାଜିଛନ୍ତି ମିଚେଲ। ୨୪ କୋଟି ୭୫ ଲକ୍ଷରେ ବିକ୍ରି ହେଲେ ମିଚେଲ ଷ୍ଟାର୍କ। ଅଷ୍ଟ୍ରେଲୀୟ ଖେଳାଳି ମିଚେଲ ଷ୍ଟାର୍କଙ୍କୁ କିଣିଲା କୋଲକାତା। ଏହା ସହ ୨୦ କୋଟି ୫୦ କୋଟିରେ ବିକ୍ରି ହେଲେ କମିନ୍ସ। ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ କିଣିଲା ହାଇଦ୍ରାବାଦ। ସେହିପରି ଶ୍ରୀଲଙ୍କାର ହସରଙ୍ଗାଙ୍କୁ ଦେଢ଼ କୋଟିରେ କିଣିଲା ହାଇଦ୍ରାବାଦ।

ନ୍ୟୁଜିଲାଣ୍ଡ ଷ୍ଟାର କ୍ରିକେଟର ରଚିନ ରବିନ୍ଦ୍ରଙ୍କୁ ୧.୮୦ କୋଟିରେ ନେଲା ଚେନ୍ନାଇ। ଡାରିଏଲ ମିଚେଲଙ୍କୁ କୋଟିରେ ନେଲା ଚେନ୍ନାଇ। ତେବେ ପ୍ରଥର ଥର ପାଇଁ ଅକ୍ସନ ବିଦେଶରେ ଆରମ୍ଭ ହୋଇଛି। ନିଲାମ ପ୍ରକ୍ରିୟା ମୋଟ ୩୩୩ ଖେଳାଳି ନାଁ ରହିଥିବା ବେଳେ ୧୦ଟି ପ୍ରାଞ୍ଚାଇଜ୍‌ ୭୭ ଖେଳାଳିଙ୍କୁ କିଣିପାରିବେ। ଏଥିରେ ୨୪୧ ଜଣ ଭାରତୀୟ ଖେଳାଳିଙ୍କ ନାମ ରଖାଯାଇଛି। ସେହିପରି ବିଦେଶରୁ ୧୧୯ ପ୍ଲେୟାରଙ୍କ ନାମ ରଖାଯାଇଛି। ଯେଉଁଥିରେ ୧୧୧ କ୍ୟାପ ଏବଂ ୨୧୫ ଅନ୍‌କ୍ୟାପ ଖେଳାଳି ରହିଛନ୍ତି।

Leave A Reply

Your email address will not be published.