Odisha Link
Bridging the Missing Links in Odisha

ଆଇପିଏଲ ଇତିହାସରେ ନୂଆ ରେକର୍ଡ: ପ୍ୟାଟ୍ କମିନ୍ସ ସବୁଠୁ ଦାମୀ ଖେଳାଳି

ଓଏଲ୍‌ ବ୍ୟୁରୋ: ଦୁବାଇରେ ଇଣ୍ତିଆନ୍ ପ୍ରିମିୟର ଲିଗ୍ ୨୦୨୪ ସଂସ୍କରଣ ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଖେଳାଳି ସାଜିଛନ୍ତି କମିନ୍ସ। ୨୦ କୋଟି ୫୦ କୋଟିରେ ବିକ୍ରି ହେଲେ କମିନ୍ସ। ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ କିଣିଲା ହାଇଦ୍ରାବାଦ।

ତେବେ ପ୍ରଥର ଥର ପାଇଁ ଅକ୍ସନ ବିଦେଶରେ ଆରମ୍ଭ ହୋଇଛି। ନିଲାମ ପ୍ରକ୍ରିୟା ମୋଟ ୩୩୩ ଖେଳାଳି ନାଁ ରହିଥିବା ବେଳେ ୧୦ଟି ପ୍ରାଞ୍ଚାଇଜ୍‌ ୭୭ ଖେଳାଳିଙ୍କୁ କିଣିପାରିବେ। ଏଥିରେ ୨୪୧ ଜଣ ଭାରତୀୟ ଖେଳାଳିଙ୍କ ନାମ ରଖାଯାଇଛି। ସେହିପରି ବିଦେଶରୁ ୧୧୯ ପ୍ଲେୟାରଙ୍କ ନାମ ରଖାଯାଇଛି। ଯେଉଁଥିରେ ୧୧୧ କ୍ୟାପ ଏବଂ ୨୧୫ ଅନ୍‌କ୍ୟାପ ଖେଳାଳି ରହିଛନ୍ତି।

Leave A Reply

Your email address will not be published.