Odisha Link
Bridging the Missing Links in Odisha

ଭାରତର ଇତିହାସରେ ପ୍ରଥମ; ସଂସଦରେ ରେକର୍ଡ ନିଲମ୍ବନ

ଓଏଲ୍‌ ବ୍ୟୁରୋ: ସଂସଦର ସୁରକ୍ଷା ପ୍ରସଙ୍ଗ ପାଇଁ ହୁଲୁସ୍ତୁଲ ସଂସଦର ଉଭୟ ଗୃହ। ବାରମ୍ବାର ପ୍ରଶ୍ନ ଉଠାଇବା ବିରୋଧୀ ସାଂସଦଙ୍କ ପାଇଁ ହୋଇଛି ମହଙ୍ଗା।ବିଶୃଙ୍ଖଳା ଆଚରଣ ଅଭିଯୋଗରେ ଉଭୟ ରାଜ୍ୟସଭା ଓ ଲୋକସଭାରୁ ମୋଟ ୧୪୧ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଛି।ଭାରତର ଇତିହାସରେ ପ୍ରଥମଥର ପାଇଁ ସଂସଦରୁ ଏତେ ସଂଖ୍ୟକ ସାଂସଦ ନିଲମ୍ବନ ହେବା ପ୍ରଥମ ଘଟଣା।

ବିଶୃଙ୍ଖଳା ଆଚରଣ ପାଇଁ ମଙ୍ଗଳବାର ଆଉ ୪୯ ସାଂସଦ ନିଲମ୍ବିତ ହୋଇଛନ୍ତି । ସୋମବାର ସୁଦ୍ଧା ମୋଟ ୯୨ ସାଂସଦ ସସପେଣ୍ଡ ହୋଇଥିଲେ। ଆଜିର ନିଲମ୍ବିତ ସାଂସଦଙ୍କୁ ମିଶାଇ ମୋଟ ବିରୋଧୀଙ୍କ ୧୪୧ ସାଂସଦ ସସପେଣ୍ଡ ହୋଇସାରିଲେଣି। ୧୯୮୯ ମସିହାରେ ଗୋଟିଏ ଦିନରେ ୬୩ ଜଣ ସାଂସଦ ସସପେଣ୍ଡ ହୋଇଥିବାବେଳେ ସୋମବାର ଉଭୟ ଗୃହର ୯୨ ଜଣ ସାଂସଦ ନିଲମ୍ବନ ହୋଇଛନ୍ତି । ଯାହାକି ଏବେ ରେକର୍ଡ କରିଛି । ୩୪ ବର୍ଷର ରେକର୍ଡର ପୁନରାବୃର୍ତ୍ତି ହେବାକୁ ଯାଉଛି। ୧୯୮୯ରେ ରାଜୀବ ଗାନ୍ଧୀଙ୍କ ସରକାର ସମୟରେ ବିରୋଧୀ ସାଂସଦଙ୍କୁ ସସପେଣ୍ଡ କରାଯାଇଥିଲା। ସେପଟେ ମନମୋହନ ସିଂଙ୍କ ସରକାର ସମୟରେ ମଧ୍ୟ ବହୁ ବିରୋଧୀ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା। ମାତ୍ର ଏବେ ସାଂସଦଙ୍କୁ ନିଲମ୍ବନ କରିବାର ସଂଖ୍ୟା ବଢ଼ିବାରେ ଲାଗିଛି।

ସଂସଦରୁ ନିଲମ୍ବନ ହୋଇଥିବା ସଦସ୍ୟଙ୍କ ମଧ୍ୟରେ ଶଶି ଥରୁର, କାର୍ତ୍ତି ଚିଦାମ୍ବର, ସୁପ୍ରିୟା ସୁଲେ, ଡିମ୍ପଲ ଯାଦବ ଓ ଫାରୁକ ଅବଦୁଲ୍ଲାଙ୍କ ଭଳି ବରିଷ୍ଠ ନେତା ରହିଛନ୍ତି। ଲୋକସଭାରେ କଂଗ୍ରେସର ଦୁଇ ବଡ଼ ନେତା ଅଧୀର ରଞ୍ଜନ ଚୌଧୁରୀ ଓ ଗୌରବ ଗୋଗୋଇଙ୍କୁ ମଧ୍ୟ ବାହାରକୁ ଯିବାକୁ ପଡ଼ିଛି। ଇଣ୍ଡିଆ ମେଣ୍ଟର ୧୪୧ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଛି। ଲୋକସଭାରେ ଇଣ୍ଡିଆ ମେଣ୍ଟର ୧୪୨ ଜଣ ସାଂସଦ ଥିବା ବେଳେ ସେମାନଙ୍କ ମଧ୍ୟରୁ ୯୫ ଜଣ ନିଲମ୍ବନ ହୋଇ ସାରିଛନ୍ତି। ସେହିପରି ରାଜ୍ୟସଭାରେ ଥିବା ୧୦୧ ଇଣ୍ଡିଆ ମେଣ୍ଟର ସାଂସଦଙ୍କ ମଧ୍ୟରୁ ୪୬ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସବୁଠାରୁ ବଡ଼ କଥା ହେଲା ଲୋକସଭାରୁ ୮୨ ସାଂସଦ ନିଲମ୍ବନ ହେବା ପରେ ଏବେ ବିଜେପି ଆହୁରି ଶକ୍ତି ଶାଳୀ ହୋଇଯାଇଛି। ଏବେ କେବଳ ୧୦୦ ଜଣ ବିରୋଧୀ ସାଂସଦ ଲୋକସଭାରେ ରହିଥିବା ବେଳେ ବିଜେପିର ସଂଖ୍ୟା ୩୦୦ ଉପରେ ରହିଛି। ରାଜ୍ୟସଭାରେ ମଧ୍ୟ ଶାସକ ଦଳକୁ ଚ୍ୟାଲେଞ୍ଜ କରିବା ପାଇଁ ୧୦୦ରୁ କମ ସାଂସଦ ରହିଛନ୍ତି।

Leave A Reply

Your email address will not be published.