୨ କ୍ରୀଡ଼ାବିତ୍ଙ୍କୁ ମିଳିବ ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର; ଅର୍ଜ୍ଜୁନ ପୁରସ୍କାର ପାଇବେ ୨୬ ଖେଳାଳି

ଓଏଲ୍ ବ୍ୟୁରୋ: ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ଘୋଷଣା କରାଯାଇଛି। ୨ କ୍ରୀଡ଼ାବିତ୍ ପାଇବେ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର। ବ୍ୟାଡମିଣ୍ଟନ ଖେଳାଳି ଚିରାଗ ଚନ୍ଦ୍ରଶେଖର ସେଟ୍ଟୀଙ୍କୁ ମିଳିବ ଖେଳରତ୍ନ। ବ୍ୟାଡମିଣ୍ଟନ ଖେଳାଳି ରାଙ୍କିରେଡ୍ଡୀ ସାତ୍ତ୍ବିକ ସାଇରାଜ ଖେଳରତ୍ନ ପୁରସ୍କାର ପାଇବେ। ଏହା ସହ ୨୬ ଖେଳାଳିଙ୍କୁ ମିଳିବ ସମ୍ମାନଜନକ ଅର୍ଜ୍ଜୁନ ପୁରସ୍କାର। କ୍ରିକେଟର ମହମ୍ମଦ ସାମି ପାଇବେ ଅର୍ଜ୍ଜୁନ ପୁରସ୍କାର। ଜାନୁଆରୀ ୯ ତାରିଖରେ ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିବେ।