ହ୍ରାସ ପାଉଛି ଗଜରାଜଙ୍କ ସଂଖ୍ୟା; ଆଖିବୁଝିଲା ଦନ୍ତା ହାତୀ
ଓଏଲ୍ ବ୍ୟୁରୋ: ହ୍ରାସ ପାଉଛି ଗଜରାଜଙ୍କ ସଂଖ୍ୟା। ଏହାରି ମଧ୍ୟରେ ଆଉ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ବାମ ଗୋଡ଼ରେ ଆଘାତ ଯୋଗୁଁ ଗୁରୁତର ଥିଲା ହାତୀ। ନୟାଗଡ଼ ମୟୁର ଝାଲିଆ ଜଙ୍ଗଲରେ ଚାଲିଥିଲା ଚିକିତ୍ସା। ନନ୍ଦନକାନନର ଡାକ୍ତରୀ ଟିମ୍ ଚିକିତ୍ସା କରୁଥିଲେ। ତେବେ ଚିକିତ୍ସାଧୀନ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଜଣା ପଡିଛି।
ସୂଚନା ଅନୁସାରେ, ଗତ ୨ ଦିନ ଗୋଟିଏ ହାତୀରମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ତେବେ ଦୁଇ ଦିନ ବ୍ୟବଧାନରେ ଆଉ ଗୋଟେ ହାତୀର ମୃତ୍ୟୁ ଚିନ୍ତାର ବିଷୟ ପାଲଟିଛି।