ଆଜି ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ; ଏକ ମାସ ହେବ ପର୍ଯ୍ୟଟକଙ୍କ ପାଇଁ ଥିଲା ବନ୍ଦ

ଓଏଲ୍ ବ୍ୟୁରୋ: ଜାତୀୟ ଉଦ୍ୟାନ ଶିମିଳିପାଳକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦୀର୍ଘ ଏକ ମାସ ପରେ ଖୋଲିବ ଶିମିଳିପାଳ। ଗତକାଲି ୩ ପଞ୍ଚାୟତ ଓ ପ୍ରଶାସନର ବୈଠକ ପରେ ନିଷ୍ପତି ନିଆଯାଇଛି। ବିଭିନ୍ନ ଦାବି ନେଇ ଯଶିପୁର ପ୍ରବେଶ ପଥ ବନ୍ଦ ଥିଲା। ପଞ୍ଚାୟତ ଓ ପ୍ରଶାସନର ବୈଠକ ପରେ ନିଷ୍ପତି ନିଆଯାଇଛି।
ସୂଚନା ଅନୁସାରେ, ଗତ ଜୁନ ମାସରେ ମଧ୍ୟରେ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ ଥିଲା। ପର୍ଯ୍ୟଟକଙ୍କ ପାଇଁ ଏହାକୁ ବନ୍ଦ ରଖାଯାଇଥିଲା। ତେବେ ଏହା ପରେ ପୁଣି ଥରେ ଗତ ମାସରେ ଏହାକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥିଲା।