Odisha Link
Bridging the Missing Links in Odisha

ଜାନୁଆରୀ ୬ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ, ଏବେଠୁ କରିନିଅନ୍ତୁ ପଞ୍ଜୀକରଣ

ଓଏଲ୍‌ ବ୍ୟୁରୋ: ରଙ୍ଗ ବେରଙ୍ଗ ଫୁଲର ସମ୍ଭାରରେ ଝଲସିବ ରାଜଭବନ ଉଦ୍ୟାନ। ବିଭିନ୍ନ ପ୍ରକାରର ଫୁଲ, ଓ୍ବାଟର ଫାଉଣ୍ଟେନ୍,ମ୍ୟୁଜିକାଲ୍‌ ଫାଉଣ୍ଟେନ୍, ହରିଣ ପାର୍କ ଆଦିର ମଜା ନେଇ ପାରିବେ ସାଧାରଣ ଲୋକ। କାହିଁକିନା ସାଧାରଣ ଲୋକଙ୍କ ପାଇଁ ଜାନୁଆରୀ ୬ ତାରିଖରୁ ଖୋଲିବ ରାଜଭବନ ଉଦ୍ୟାନ।

ଜାନୁଆରୀ ୬ରୁ ୨୦ ତାରିଖ ପର୍ଯ୍ୟନ୍ତ ୧୪ ଦିନ ଧରି ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ରାଜଭବନ ଉଦ୍ୟାନ। ଅପରାହ୍ନ ୨ଟା ୩୦ରୁ ୫ଟା ପର୍ଯ୍ୟନ୍ତ ଖୋଲା ରହିବ ଉଦ୍ୟାନ। ଏହି ସମୟରେ ରଙ୍ଗିନ ଫୁଲର ସମ୍ଭାରରେ ଝଲସିବ ରାଜଭବନ ଉଦ୍ୟାନ।

ଏଥିସହିତ ଦର୍ଶକଙ୍କୁ ଆକର୍ଷିତ କରିବ ୫୦୦ରୁ ଊଦ୍ଧ୍ୱର୍ କିସମର ଭଳି କି ଭଳି ଫୁଲର ସମ୍ଭାର। ୱାଟର୍‌ ଫାଉଣ୍ଟେନ, ମ୍ୟୁଜିକାଲ ଫାଉଣ୍ଟେନ୍‌, ଗୋଲାପ ଉଦ୍ୟାନ, ହରିଣ ପାର୍କ, ମୟୂର ଏବଂ ସର୍ବୋପରି ଉଦ୍ୟାନର ସବୁଜିମା ପରିଦର୍ଶକମାନଙ୍କୁ ବିଶେଷ ଭାବରେ ଆକର୍ଷଣ କରିବ। ବିଭିନ୍ନ କିସମର ଗୋଲାପ ସାଙ୍ଗକୁ ସାଲ୍‌ଭିଆ, ଡାଲିଆ, ସେବତି, ଅର୍କିଡ୍‌ ହାଉସ୍‌ ଓ କାକ୍‌ଟସ୍‌ ହାଉସ୍‌ ସାଙ୍ଗକୁ ମ୍ୟୁଜିକ୍‌ ଫାଉଣ୍ଟେନ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ।

ସବୁଠୁ ବଡ଼କଥା ହେଲା ସ୍କୁଲ ଛାତ୍ରଛାତ୍ରୀଙ୍କ ନିମନ୍ତେ ସକାଳ ସମୟ ସ୍ଥିର ହୋଇଥିବା ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି। କେବଳ ସ୍କୁଲ ପିଲା ହିଁ ସକାଳୁ ରାଜଭବନ ଉଦ୍ୟାନ ବୁଲିବାର ସୁଯୋଗ ପାଇପାରିବେ। ଆଉ କେବଳ ମୋବାଇଲ୍‌ ଆପ୍‌ ପଞ୍ଜୀକରଣ ମାଧ୍ୟମରେ ପ୍ରବେଶ ଅନୁମତି ରହିବ। ବିନା ପଞ୍ଜୀକରଣରେ ରାଜଭବନ ଉଦ୍ୟାନ ବୁଲିବାକୁ ଅନୁମତି ମିଳିବ ନାହିଁ। ରାଜଭବନ ଉଦ୍ୟାନ ପରିଦର୍ଶନ ପାଇଁ କୌଣସି ଶୁକ୍ଳ ଦେବାକୁ ପଡ଼ିବ ନାହିଁ।

କିପରି କରିବେ ପଞ୍ଜୀକରଣ ?

ପ୍ଲେ ଷ୍ଟୋରରୁ ଉଦ୍ୟାନ ପରିଦର୍ଶନ, ରାଜ ଭବନ, ଓଡ଼ିଶାର ମୋବାଇଲ୍ ଆପ୍ ଡାଉନଲୋଡ୍ କରନ୍ତୁ । ଓଡ଼ିଶାର ରାଜ ଭବନ ୱେବସାଇଟରେ ଉପଲବ୍ଧ ଥିବା QR କୋଡ୍ ମାଧ୍ୟମରେ ମୋବାଇଲ୍ ଆପ୍ ମଧ୍ୟ ଡାଉନଲୋଡ଼ କରିପାରିବେ । ସ୍କୁଲ ଛାତ୍ରଛାତ୍ରୀଙ୍କ ଉଦ୍ୟାନ ପରିଦର୍ଶନ ପାଇଁ ସକାଳ ସମୟ ସ୍ଥିର ହୋଇଛି । ଅଧିକ ବିବରଣୀ ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ୱେବସାଇଟ୍ : www.rajbhavanodisha.gov.in ପରିଦର୍ଶନ କରି ସବିଶେଷ ତଥ୍ୟ ଜାଣି ପାରିବେ ।

Leave A Reply

Your email address will not be published.