Odisha Link
Bridging the Missing Links in Odisha

ପ୍ରକାଶ ପାଇଲା ଓଜେଏସ୍‌ ପରୀକ୍ଷାଫଳ, ସୁଶ୍ରିତା ମିଶ୍ର ଟପ୍ପର

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା ଓଡ଼ିଶା ଜୁଡିସିଆଲ ସର୍ଭିସ୍‌ ପରୀକ୍ଷା ଫଳ। ମୋଟ ୫୫ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ୧୦ଜଣଙ୍କ ମଧ୍ୟରେ ୮ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ଶୁଶ୍ରିତା ମିଶ୍ର ଟପ୍ପର ହୋଇଛନ୍ତି।

ଓଡ଼ିଶା ଲୋକସେବା ଆୟୋଗ (ଓପିଏସି) ଦ୍ବାରା ପରିଚାଳିତ ହୋଇଥିଲା ଓଜେଏସ୍‌ ପରୀକ୍ଷା। ଓପିଏସସି ପକ୍ଷରୁ ଜାରି ସୂଚନା ଅନୁସାରେ, ମୋଟ୍ କୃତକାର୍ଯ୍ୟ ୫୫ଜଣଙ୍କ ମଧ୍ୟରୁ ୩୯ଜଣ ମହିଳା ବା ଝିଅ। ପ୍ରଥମ ୧୦ଜଣଙ୍କ ମଧ୍ୟରେ ଯେଉଁମାନେ ରହିଛନ୍ତି ସେମାନେ ହେଲେ ଶୁଶ୍ରିତା ମିଶ୍ର, ନିଲିଶା ପଟ୍ଟନାୟକ,ଅନନ୍ୟା ମିଶ୍ର, ରାଣୀ ରଞ୍ଜିତା ପଟ୍ଟନାୟକ, ଲୋପାମୁଦ୍ରା ଆଚାର୍ଯ୍ୟ, ହର୍ଷିତା ମିଶ୍ର, ପ୍ରଜ୍ଞାସୁମନ ମହାପାତ୍ର, ଏସଆର ତୋଷାଳୀ, ସତ୍ୟଜିତ୍ ପାଣି ଓ ଲଳିତେନ୍ଦୁ ଦ୍ୱିବେଦୀ ।