Odisha Link
Bridging the Missing Links in Odisha

ବିଏସ୍‌କେଓ୍ବାଇ ନବୀନ କାର୍ଡର ଶୁଭାରମ୍ଭ, ୯୦ ପ୍ରତିଶତ ପରିବାର ପାଇବେ ମାଗଣା ସ୍ବାସ୍ଥ୍ୟସେବା

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜିଠୁ ଓଡ଼ିଶାରେ ଆରମ୍ଭ ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋାଜନା ନବୀନ କାର୍ଡ। ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି କାର୍ଡ ଜରିଆରେ ରାଜ୍ୟର ୯୦ ପ୍ରତିଶତ ଲୋକ ଉପକୃତ ହେବେ । ଅର୍ଥାଭାବରୁ ଯେପରି କେହି ଉତ୍ତମ ଚିକିତ୍ସାରୁ ବଞ୍ଚିତ ନହେବେ ସେଥିଲାଗି ଏହି ବିଏସକେୱାଇ ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ।

ନବୀନ ପଟ୍ଟନାୟକ କହିଛନ୍ତି, ଟଙ୍କା ଅଭାବରୁ ରାଜ୍ୟରେ କେହି ଉତ୍ତମ ଚିକିତ୍ସାରୁ ବଂଚିତ ହେବେ ନାହିଁ। ଓଡ଼ିଶାର ସବୁ ଲୋକଙ୍କୁ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ସେ ସ୍ୱପ୍ନ ଦେଖିଛନ୍ତି। ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା ଲକ୍ଷ୍ୟରେ ରାଜ୍ୟ ସରକାର ୫ବର୍ଷ ତଳେ ଆରମ୍ଭ କରିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଏହି ତୃତୀୟ ପର୍ଯ୍ୟାୟ ସଂସ୍କରଣ। ଓଡ଼ିଶା ସାଧାରଣ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଛି।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଏହି ତୃତୀୟ ପର୍ଯ୍ୟାୟ ସମ୍ପ୍ରସାରଣରେ ବିଜୁ ସ୍ୱାସ୍ଥ୍ୟ କାର୍ଡରୁ ବଞ୍ଚିତ ଥିବା ପରିବାରକୁ ସାମିଲ କରାଯିବ। କେବଳ ସରକାରୀ ଚାକିରିଆ ଓ ଆୟକରଦାତାଙ୍କୁ ବାଦ୍ ଦେଇ ଅନ୍ୟ ସମସ୍ତ ଲୋକେ ଏହାର ଫାଇଦା ନେଇପାରିବେ। ତୃତୀୟ ପର୍ଯ୍ୟାୟ ସମ୍ପ୍ରସାରଣରେ ରାଜ୍ୟର ମୋଟ ୧.୧୦କୋଟି ପରିବାର ଯାହାକି ରାଜ୍ୟର ଲୋକସଂଖ୍ୟାର ୯୦ ପ୍ରତିଶତଙ୍କୁ ଏହି ସୁବିଧା ମିଳିବ। ସମସ୍ତେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ-ନବୀନ କାର୍ଡ ଜରିଆରେ ଉତ୍ତମ ଚିକିତ୍ସା ସୁବିଧା ପାଇବେ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.