Odisha Link
Bridging the Missing Links in Odisha

“ଯାହାଙ୍କୁ ଗଢ଼ିଥିଲି, ତାଙ୍କ ଗୁଣ ଦେଖି ଛାଡ଼ିଲି”

ଓଏଲ୍‌ ବ୍ୟୁରୋ: ଆଜି ଖୋର୍ଦ୍ଧାରେ ଜାନକୀ ଜୟନ୍ତୀ ପାଳନ ଅବସରରେ ଯୋଗ ଦେଇଥିଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ପୁଣିଥରେ ପୁରୁଣା ଢଙ୍ଗରେ ସାମ୍ବାଦିକଙ୍କ ପ୍ରଶ୍ନର ରଖିଲେ ସୌମ୍ୟ ପଟ୍ଟନାୟକ। ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଇଛନ୍ତି ଶ୍ରୀ ପଟ୍ଟନାୟକ।

ନିର୍ବାଚନ ପ୍ରସଙ୍ଗରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ନିର୍ବାଚନ ଲଢ଼ିବି କି ନାହିଁ ନିଷ୍ପତ୍ତି ନେଇନି, ପ୍ରାୟ ଲଢ଼ିବି ନାହିଁ। ମୋର ଦଳ ନାହିଁ କି ଖବରକାଗଜ ନାହିଁ, ମୋର କିଛି ନାହିଁ। ମୁଁ ଆଉ ନିର୍ବାଚନ ଲଢ଼ିବି ନାହିଁ। ସେହିପରି ସେ ଆହୁରି ଓଡ଼ିଆ ଅସ୍ମିତା, ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ନିଜ ମତ ରଖିଛନ୍ତି।

ସେ କହିଛନ୍ତି, ୨୦୧୫ରୁ ଜଗନ୍ନାଥ ମନ୍ଦିର ଯାଇନି। ବ୍ରହ୍ମବିଭ୍ରାଟ ପରେ ଜଗନ୍ନାଥ ଅସଲି କି ନକଲି ସନ୍ଦେହ ସୃଷ୍ଟି କରିଥିଲେ ସାମ୍ବାଦିକ। ଜଗନ୍ନାଥ ଅସଲି କି ନକଲି ଯଦି ଜାଣିନୁ, ଯେଉଁଠୁ ଡାକିଲେ ବି ଶୁଣିବେ। ଭକ୍ତ ସାଲବେଗ, ଦାସିଆବାଉରୀ ଭଳି ଯେଉଁଠି ଡାକିଲେ ବି ଶୁଣିବେବୋଲି ସୌମ୍ୟ ପଟ୍ଟନାୟକ କହିଛନ୍ତି।

ସେହିପରି ସମ୍ବାଦ ସଂପାଦକ ପଦ କାହିଁକି ଛାଡ଼ିଲେ ବୋଲି ସୌମ୍ୟଙ୍କୁ ପ୍ରଶ୍ନ କରିଥିଲେ । ତାରି ପ୍ରଶ୍ନରେ ସୌମ୍ୟ କହିଛନ୍ତି ଯେ ଯେଉଁ ସାମ୍ବାଦିକଙ୍କୁ ଗଢ଼ିଥିଲି, ତାଙ୍କ ଗୁଣ ଦେଖି ଛାଡ଼ିଲି। ମିଛ କଥା ନେଇ ଏତଲା କରିବେ, ତାକୁ କିଏ ବରଦାସ୍ତ କରିବ ବୋଲି ସୌମ୍ୟ ପଟ୍ଟନାୟକ କହିଛନ୍ତି।

Leave A Reply

Your email address will not be published.