Odisha Link
Bridging the Missing Links in Odisha

ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣା: ମୃତଦେହକୁ ନେଇ ବଢୁଛି ଦ୍ୱନ୍ଦ୍ୱ

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱର ପାଣ୍ଡରା ସ୍ଥିତ ହାଇଟେକ୍ ହସ୍ପିଟାଲରେ ଡିସେମ୍ବର ୨୯ରେ ବିସ୍ଫୋରଣ ଘଟଣା ସାମ୍ନାକୁ ଆସିଥିଲା। ଏହି ବିସ୍ଫୋରଣରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ଶ୍ରୀତମ ସାହୁ ଏବଂ ତାଙ୍କ ଘର ପୁରୀ ଜିଲ୍ଲା ଡେଲାଙ୍ଗର ଚାଇଁପୁର ଗାଁରେ। ଶ୍ରୀତମଙ୍କୁ ମିଶାଇ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି।

ଅନ୍ୟପଟେ, ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ହୋଇଥିବା ଦୁର୍ଘଟଣାକୁ ନେଇ ନୂଆ ଟ୍ବିଷ୍ଟ। ସ୍ବାମୀଙ୍କ ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା। କିନ୍ତୁ ବର୍ତ୍ତମାନ ଜଣାପଡ଼ିଛି, ମୃତ ବ୍ୟକ୍ତି ତାଙ୍କ ସ୍ବାମୀ ନୁହଁନ୍ତି, ବରଂ ଦୁର୍ଘଟଣାରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି। ଗତ ରବିବାର ହସ୍ପିଟାଲର ଏସି ମରାମିତ ହୋଇଥିବା ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ଦିଲୀପ ସାମନ୍ତରାୟ।

ତେବେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ନେଇ ସେତେବେଳେ ଖବର ଆସିଥିଲା। ଏପରିକି ଶବ ବ୍ୟବଚ୍ଛେଦ ପରେ ମଞ୍ଚେଶ୍ୱର ଥାନାରେ ଉପସ୍ଥିତ ରହି ପରିବାର ଲୋକଙ୍କୁ ମୃତଦେହ ଗ୍ରହଣ କରିଥିଲେ। ଏଭଳି ଖବର ପାଇଁ ଦୁଃଖରେ ମର୍ମାହତ ଦିଲୀପଙ୍କ ସ୍ତ୍ରୀ ଆତ୍ମହତ୍ୟା କରିଥିଲେ। ତେବେ ବର୍ତ୍ତମାନ ସୂଚନା ମିଳିଛି, ଦିଲୀପ ଏବେ ଜୀବିତ ଅଛନ୍ତି।

ଦିଲୀପଙ୍କ ମୃତ୍ୟୁକୁ ନେଇ ଦ୍ୱନ୍ଦ୍ୱ ଘଟଣାରେ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରେସମିଟ୍‌। ଦିଲ୍ଲୀପ ସାମନ୍ତରାୟ ଜୀବିତ ଥିବା କହିଲେ ମେଡିକାଲ କର୍ତ୍ତୃପକ୍ଷ। ଦ୍ୱନ୍ଦ୍ୱ ଦୂର ପାଇଁ ଡିଏନ୍‌ଏ ଟେଷ୍ଟ କରାଯିବ। ବିସ୍ଫୋରଣ ପରେ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା। ଠିକା ସଂସ୍ଥା କର୍ମଚାରୀଙ୍କ ପରିଚୟ ଆଧାରରେ ସେମାନଙ୍କ ଚିକିତ୍ସା ଚାଲିଥିଲା।

ସୂଚନା ଅନୁସାରେ, ଡିସେମ୍ବର ୨୯ରେ ହାଇଟେକ୍‌ ହସ୍ପିଟାଲରେ ବିସ୍ଫୋରଣ ହୋଇଥିଲା। ହସ୍ପିଟାଲ ପରିସରରେ ଏସି ଗ୍ୟାସ୍‌ ଫିଲିଂ କରାଯାଉଥିବାବେଳେ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ୪ ଜଣ ଗୁରୁତର ଆହତ ହୋଇଥିଲେ। ତେବେ ଏହି ବିସ୍ଫୋରଣର ଦୁଇ ଦିନ ପରେ ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ ଏବେ ବି ଦୁଇ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

Leave A Reply

Your email address will not be published.