Odisha Link
Bridging the Missing Links in Odisha

୧୪ ମାସ ପରେ ଦଳକୁ ଫେରିଲେ ରୋହିତ-ବିରାଟ

ଓଏଲ୍‌ ବ୍ୟୁରୋ: ଟିମ୍‌ ଇଣ୍ଡିଆର ଟି-୨୦ ବିଶ୍ବକପ୍‌ ଅଭିଯାନ ଆରମ୍ଭ। ଟି-୨୦ ଜାତୀୟ ଦଳକୁ ଫେରିଲେ ବିରାଟ ରାହୁଲ ଯୋଡ଼ି। ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ଦଳକୁ ପ୍ରତ୍ୟବର୍ତ୍ତନ କଲେ ରୋହିତ ଓ ବିରାଟ କୋହଲି। ଆଜି ଭାରତୀୟ କ୍ରିକେଟ ବୋର୍ଡ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ବ ମିଳିଥିବା ବେଳେ କାହାକୁ ଉପଅଧିନାୟକ ଦାୟିତ୍ବ ମିଳିନାହିଁ।

୧୪ ମାସ ପରେ ଭାରତୀୟ ଟି-୨୦ ଦଳକୁ ରୋହିତ ଶର୍ମା ଓ ବିରାଟ କୋହଲି ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଥିସହିତ ଶୁଭମନ ଗିଲ୍‌ ଓ ସଞ୍ଜୁ ସାମସନ୍‌ଙ୍କର ମଧ୍ୟ ପ୍ରତ୍ୟାବର୍ତ୍ତନ ହୋଇଛି। ଜାନୁଆରୀ ୧୧ ତାରିଖରୁ ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ପ୍ରସ୍ତୁତି ଆରମ୍ଭ କରିବ ଭାରତ । ଏହାପରେ ଜାନୁଆର ୧୪ରେ ଦ୍ବିତୀୟ ଓ ଜାନୁଆରୀ ୧୭ରେ ତୃତୀୟ ମୁକାବିଲା ଖେଳାଯିବ।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍, ଯଶ୍ବସୀ ଜୟଶ୍ବାଲ, ବିରାଟ କୋହଲି, ତିଲକ ବର୍ମା, ରିଙ୍କୁ ସିଂ, ଜିତେଶ ଶର୍ମା, ସଞ୍ଜୁ ସାମସନ୍‌, ଶିଭମ ଦୁବେ, ଓ୍ବାଂଶିଟନ୍‌ ସୁନ୍ଦର, ଅକ୍ଷର ପଟେଲ, ରବି ବିଷ୍ଣୋଇ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ଆଭେଶ ଖାନ୍‌, ମୁକେଶ କୁମାର

Leave A Reply

Your email address will not be published.