Odisha Link
Bridging the Missing Links in Odisha

ବିଜେଡି-ବିଜେପି ବୁଝାମଣା କରିଛନ୍ତି: କଂଗ୍ରେସ ପ୍ରଭାରୀ

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଗସ୍ତରେ କଂଗ୍ରେସ ପ୍ରଭାରୀ ଅଜୟ କୁମାର। ଗତକାଲି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଆଜି ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି। ନିର୍ବାଚନ ପାଇଁ ଓଡ଼ିଶାରେ ବିଜେଡି ଓ ବିଜେପି କରିଛନ୍ତି ବୁଝାମଣା। ବିଜେଡି ବିଜେପିକୁ ୧୫ ଲୋକସଭା ଆସନ ଦେବାକୁ ହୋଇଛି ବୁଝାମଣା। କଂଗ୍ରେସ ପ୍ରଭାରୀ ଅଜୟ କୁମାର ଆଜି ଏହା କହିଛନ୍ତି।

ଗତକାଲି ଓଡ଼ିଶାରେ ପହଁଞ୍ଚିବା ପରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ ବାହାର ଲୋକଙ୍କୁ ହଟାଅ, ଓଡ଼ିଆଙ୍କୁ ଆଣ। ଓଡ଼ିଶା ଫର ଓଡ଼ିଆ, ଅଫ ଓଡ଼ିଆ, ବାୟ ଓଡ଼ିଆ। ବାହାର ଲୋକ ଓଡ଼ିଶାରେ ଚାକିରି, ମାଇନିଂ ଓ ରାଜନୀତିକୁ ଅକ୍ତିଆର କରିଛନ୍ତି।

ବିମାନ ବନ୍ଦରରେ ନୂତନ ପ୍ରଭାରୀ ଡାକ୍ତର ଅଜୟ କୁମାରଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ତାରା ପ୍ରସାଦ ବାହିନୀପତିଙ୍କ ସମେତ ବହୁ ବରିଷ୍ଠ ନେତା ଓ ବିଧାୟକଙ୍କ ଉପସ୍ଥିତିରେ ବାଇକ ରାଲି କରି କଂଗ୍ରେସ ଭବନକୁ ପ୍ରଭାରୀଙ୍କୁ ପାଛୋଟି ଆଣିଥିଲେ।

Leave A Reply

Your email address will not be published.