Odisha Link
Bridging the Missing Links in Odisha

କଞ୍ଚାଲଙ୍କା ବିରୋଧରେ ମାନହାନି ମାମଲା: ବିବାଦରେ ବାରଙ୍ଗ ୯୯!

ଓଏଲ୍‌ ବ୍ୟୁରୋ: କଂଚାଲଙ୍କା ଓଟିଟିରେ ରିଲିଜ୍ ହୋଇଥିବା ‘ବାରଙ୍ଗ-୧୯୯୯’କୁ ନେଇ ବିବାଦ ସୃଷ୍ଟି ହୋଇଛି। ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା ବିରୋଧରେ ମାନହାନି ମାମଲା ଦାୟର କଲେ ଅଞ୍ଜନା ମିଶ୍ର। କଞ୍ଚାଲଙ୍କାରେ ଆସିଥିବା ୱେବ୍ ସିରିଜକୁ ନେଇ ମାମଲା ହୋଇଛି। ବାରଙ୍ଗ ୯୯ ସିରିଜକୁ ପ୍ରତ୍ୟାହାର ପାଇଁ ନୋଟିସ ଦିଆଯାଇଥିଲା।

ସୂଚନା ଅନୁସାରେ, ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ଆସିଥିବା ସିରିଜ ବାରଙ୍ଗ-୯୯ ଚଳଚିତ୍ରରେ ଅଞ୍ଜନା ମିଶ୍ରଙ୍କର ବ୍ୟକ୍ତିଗତ ଜୀବନର କାହାଣୀକୁ ଅବିକଳ ଚିତ୍ରଣ କରାଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ, ପ୍ରଯୋଜନା ସଂସ୍ଥା କହିଛି ଏହି ଫିଲ୍ମରେ କାହାରି ଚରିତ୍ର ସଂହାର କରାଯାଇନାହିଁ। ଏହା ଏକ କାଳ୍ପନିକ କାହାଣୀ। ପୂରା କାହାଣୀ ଟ୍ରେଲରରୁ ଜଣା ପଡେ ନାହିଁ ସମ୍ପୂର୍ଣ୍ଣ କାହାଣୀ ଦେଖିବା ପରେ ହିଁ ପୂରା କଥା ସାମ୍ନାକୁ ଆସିପାରିବ।